ହେଡଲାଇନସ୍:

ଝାରସୁଗୁଡା ଜିଲ୍ଲା ଗସ୍ତରେ ମନ୍ତ୍ରୀ  ଅଶୋକ ଚନ୍ଦ୍ର ପଣ୍ଡା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ସରକାରଙ୍କ ଜନମଙ୍ଗଳକାରୀ ଯୋଜନାର ସଫଳ ରୂପାୟନ ଉପରେ କଲେ  ଗୁରୁତ୍ୱାରୋପ ।

ଝାରସୁଗୁଡ଼ା :(ସୁଭାଷ ସହାରେ): ବିଜ୍ଞାନ ଓ ବୈଷୟିକ, ପବ୍ଲିକ ଏଣ୍ଟରପ୍ରାଇଜେସ ଓ ଏସଏସଇପିଡି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଦୁଇ ଦିନିଆ ଝାରସୁଗୁଡ଼ା ଜିଲ୍ଲା ଗସ୍ତରେ ଆସି ଇନ୍ଦିରା ଗାନ୍ଧୀ ଜାତୀୟ ପେନସନ ଯୋଜନା, ମଧୁବାବୁ ପେନସନ ଯୋଜନା , ନିର୍ମାଣ ଶ୍ରମିକ ଯୋଜନା , ଜାତୀୟ ପରିବାର ମଙ୍ଗଳ ଯୋଜନା , ବିଧବା ଭତ୍ତା , ଭିନ୍ନକ୍ଷମ ଭତ୍ତା , ବାଣୀଶ୍ରୀ ଶିକ୍ଷା ବୃତ୍ତି ଯୋଜନା ଆଦିର ସମୀକ୍ଷା କରିଥିଲେ । ମନ୍ତ୍ରୀ ଶ୍ରୀ ପଣ୍ଡା ବିଭିନ୍ନ ଯୋଜନାରେ ଆଧାର ସିଡିଂ ପାଇଁ ବିହିତ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ମନ୍ତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଦିଆଯାଉଥିବା ପ୍ରୋତ୍ସାହନ ରାଶି ଓ ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ ସମ୍ପର୍କରେ ଭିଭାଗୀୟ ଅଧିକାରୀଙ୍କୁ ପଚାରି ବୁଝିଥିଲେ । ମନ୍ତ୍ରୀ ଶ୍ରୀ ପଣ୍ଡା ଆସନ୍ତା କାଲି କ୍ଷେତ୍ର ପରିଦର୍ଶନରେ ଯିବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ଜିଲ୍ଲାପାଳ ସରୋଜ କୁମାର ସାମଲ , ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାଶ , ଉପ ଜିଲ୍ଲାପାଳ ଶିବ ଟପ୍ପୋ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ , ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

0
0
0
s2sdefault