ରାୟଗଡ(ସରୋଜ କୁମାର ସାହୁ) : ଆଦିତ୍ୟ ବିର୍ଲା ଗ୍ରୁପ କଂପାନି ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜର ୟୁନିଟ୍ ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡର ବାଫଲିମାଲି ଖଣିରେ ସୋସାଇଟି ଅଫ୍ ଜିଓସାଇନ୍ଟିଷ୍ଟ୍ ଆଣ୍ଡ୍ ଆଲାଏଡ୍ ଟେକ୍ନୋଲୋଜିଷ୍ଟ, ଭୁବନେଶ୍ୱର ଆନୁକୂଲ୍ୟରେ ଆଂଚଳିକ ପରିବେଶ ଓ ଖଣିଜ ସଚେତନତା କାର୍ଯ୍ୟକ୍ରମ (ଇଏମ୍ଏପି) ମହା ଉତ୍ସାହ ସହ ଅନୁଷ୍ଠିତ ହୋଇଛି ।
ପ୍ରାକୃତିକ ସମ୍ବଳ ତଥା ପରିବେଶ ସୁରକ୍ଷା ବିଷୟରେ ସଚେତନତା କରିବା ଲାଗି ଉପଯୁକ୍ତ ପଦକ୍ଷେପ ନେବାକୁ ଏହି କାର୍ଯ୍ୟକ୍ରମକୁ ସରକାରୀ ୟୁଜି ହାଇସ୍କୁଲରେ କରାଯାଇଥିଲା ।
କାଶିପୁର ବ୍ଲକ୍ ଆଖପାଖ ଅଂଚଳର ତିନିଟି ହାଇସ୍କୁଲ୍ ଯଥା ଟିକିର ସରକାରୀ ହାଇସ୍କୁଲ୍, କାଶିପୁରର ଏସ୍ଏସଭିଏମ୍ ଓ ମାଇକାଂଚର ସରକାରୀ ହାଇସ୍କୁଲ୍ର ୨୦ ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିଥିଲେ ଏବଂ ସେମାନଙ୍କୁ ବାଫଲିମାଲି ଖଣି ଏବଂ ଓଡ଼ିଶାର ଖଣିଜ ଭଣ୍ଡାର ଓ ସମ୍ବଳ ଉପରେ ସଚେତନ କରାଯାଇଥିଲା । ଛାତ୍ରଛାତ୍ରୀମାନେ ସବୁ ତଥ୍ୟକୁ ଆଗ୍ରହର ସହ ଗ୍ରହଣ କରୁଥିବା ଦେଖାଯାଇଥିଲା । ଓଡ଼ିଶାର ବିଭିନ୍ନ ଖଣିଜ ଭଣ୍ଡାରର ସୂଚନା, ସେଗୁଡ଼ିକୁ ଚିହ୍ନଟ କରିବା ଏବଂ ସେଗୁଡ଼ିକର ସୁରକ୍ଷା ବିଷୟରେ ଆଲୋଚନା କରାଯାଇଥିଲା । ଏହା ପରେ ଅଂଶଗ୍ରହଣକାରୀ ବିଦ୍ୟାଳୟଗୁଡ଼ିକୁ ନେଇ ଖଣିଜ ଚିହ୍ନଟ, ବକ୍ତୃତା, ପ୍ରବନ୍ଧ ଲିଖନ ଓ କୁଇଜ୍ ଭଳି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।
ଏହି ଅବସରରେ ୟୁଏଆଇଏଲର ୟୁନିଟ୍ ମୁଖ୍ୟ ମଜହର ବୈଗ୍ କହିଛନ୍ତି ଯେ ଏଥିରେ ଛାତ୍ରଛାତ୍ରୀମାନଙ୍କ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ ପରିବେଶ ସୁରକ୍ଷା ଉଦ୍ୟମକୁ ମୂଲ୍ୟ ପ୍ରଦାନ କରିବ ଏବଂ ଦେଶକୁ ନିରନ୍ତର ଶକ୍ତି ପଥରେ ଅଗ୍ରସର କରାଇବ । ଏହି ଅବସରରେ ଶ୍ରୀ ମୁକେଶ ଝା (ଖଣି ମୁଖ୍ୟ), ଶ୍ରୀ କେ ସି ଜ୍ୟୋତିଷି (ମୁଖ୍ୟ ଜିଓଲୋଜି) ଓ ଶ୍ରୀ ଶିବ ମହାପାତ୍ର (ସିଏସ୍ଆର ମୁଖ୍ୟ) ଛାତ୍ରଛାତ୍ରୀଙ୍କ ଓ ସେମାନଙ୍କ ସହ ଆସିଥିବା ଶିକ୍ଷକମାନଙ୍କୁ ଏହି ବିଷୟ ଉପରେ ଉଦବୋଧନ ଦେଇଥିଲେ ଓ ମୁଖ୍ୟ ଅତିଥି ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ ।
ଏକ ଦାୟିତ୍ୱସଂପନ୍ନ କର୍ପୋରେଟ ସଂସ୍ଥା ଭାବରେ ୟୁଏଆଇଏଲ ଏହାର ପାରିପାର୍ଶ୍ଵିକ ଗ୍ରାମଗୁଡିକରେ ଶିକ୍ଷା, ସ୍ୱାସ୍ଥ୍ୟଯତ୍ନ , ସ୍ଥାୟୀ ଜୀବିକା ଉପାର୍ଜନ ପନ୍ଥା ସୃଷ୍ଟି ଏବଂ ଗ୍ରାମାଂଚଳ ଭିତିଭୂମି ସୃଷ୍ଟି ସହିତ ସାମାଜିକ ପ୍ରସଙ୍ଗଗୁକ୍କର ସମାଧାନ ଦିଗରେ ବିଭିନ୍ନ କାର୍ଯକ୍ରମ କାର୍ଯ୍ୟକାରୀ କରିବାରେ ଗଭୀର ଭାବେ ନିୟୋଜିତ ରହିଛି । ୟୁଏଆଇଏଲ ମୋଟାମୋଟି ଭାବେ ଓଡ଼ିଶାର ୫୭ଟି ଗ୍ରାମରେ ପ୍ରାୟ ୩୦,୦୦୦ ଲୋକଙ୍କୁ ସେବା ଯୋଗାଇ ଦେଉଛି ।









