୨୭ ବର୍ଷ ପରେ ବନ୍ଧୁମାନଙ୍କ ସହ ନିଆରା ମିଳନ
ରାୟଗଡ ଗୋପବନ୍ଧୁ ମ୍ୟୁନିସିପାଲ ହାଇସ୍କୁଲର୧୯୯୩ ମ୍ୟାଟ୍ରିକ ବ୍ୟାଚର ଏକ ନିଆରା ବନ୍ଧୁ ମିଳନ
ରାୟଗଡ(ସରୋଜ କୁମାର ସାହୁ) : ୨୭ ବର୍ଷ ତଳେ ପଢୁଥିଲେ ଏକାଠି | ସମୟ ଗଡିଯିବା ସହ ପେଟପାଟଣା, ସଂସାର ଜଂଜାଳ ବା କର୍ମ ସଂସ୍ଥାନର ବ୍ୟସ୍ତତା ଭିତରେ ଅଛନ୍ତି କିଏ କେଉଁଠି | ହେଲେ ଏତେ ବର୍ଷ ପରେ ନିଆରା ସୁଯୋଗ ପାଇଁ ହୋଇଥିଲେ ଏକାଠି | ସାଙ୍ଗକୁ ସାଙ୍ଗ ଭେଟିଲେ, ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଭେଟିବାର ସୁଯୋଗ ପାଇଲେ ଛାତ୍ରଛାତ୍ରୀ | ମନେ ପଡିଯାଇଥିଲା ପୁରୁଣା ଦିନ | ହସ ଖୁସିରେ ସମୟ କାଟିବା ସହ ଖୁସି ଆଉ ସ୍ମୃତି ସାଉଁଟି ଥିଲେ | ପୁଣି ଏକାଠି ହେବାର କଥା ଦେଇ ପରସ୍ପର ଠାରୁ ମେଲାଣି ନେଇଥିଲେ |
ରାୟଗଡ ସଦର ମହକୁମାରେ ଥିବା ଗୋପବନ୍ଧୁ ମ୍ୟୁନିସିପାଲ ହାଇସ୍କୁଲର୧୯୯୩ ମ୍ୟାଟ୍ରିକ ବ୍ୟାଚର ଏକ ନିଆରା ବନ୍ଧୁ ମିଳନ ରାୟଗଡ ନିକଟସ୍ଥ ହାଲୁଆତୋଟା ଠାରେ ଥିବା ପ୍ରକୃତିକ ସୌନ୍ଦର୍ଯ୍ୟ ଭରା ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବନ୍ଧୁ ମିଳନରେ ଗୋପବନ୍ଧୁ ମ୍ୟୁନିସିପାଲ ହାଇସ୍କୁଲର ଶିକ୍ଷକ ସଦାନନ୍ଦ ପଣ୍ଡା. ବାଳକୃଷ୍ଣ ଚୌଧୁରୀ, ଡଃ. ବାବୁରାଓ ମହାନ୍ତି,ନାରାୟଣ ଚନ୍ଦ୍ର ପଣ୍ଡା, କିଶୋର ଚନ୍ଦ୍ର ମହାପାତ୍ର, ସୁନୀଲ କୁମାର କର, ଏମ. ଗଣପତି ରାଓ, ପି. କେଶବ ରାଓ ଓ ସହଦେବ ସାହୁଙ୍କୁ ଉକ୍ତ ବନ୍ଧୁ ମିଳନରେ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା । ପ୍ରଥମେ ନିମନ୍ତ୍ରିତ ଶିକ୍ଷକ ମାନଙ୍କୁ ଉପସ୍ଥିତ ଛାତ୍ରୀମାନେ ଫୁଲ ଚନ୍ଦନ ଓ ହୁଳହୁଳୀ ଦେଇ ପାଛୋଟି ନେଇଥିଲେ,ଯାହାକି ସୃଷ୍ଟି କରିଥିଲା ଭାବାବିହ୍ୱଳରେ ଭରା ନିବିଡ ପରିବେଶ । ଏହା ପରେ ଉକ୍ତ ବିଦ୍ୟାଳୟର ସ୍ୱର୍ଗତ ଶିକ୍ଷକ ମାନଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା ତଥା ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଦିର୍ଘ ୨୭ ବର୍ଷ ପରେ ଏହି ପୁରାତନ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କ ମିଳନରେ ଉକ୍ତ ପରିବେଶ ଏକ ଆତ୍ମୀୟତାର ଭାବମୟ ହୋଇପଡ଼ିଥିଲା । ଏହି ଅବସରରେ ଉପସ୍ଥିତ ଶିକ୍ଷକ ମାନେ ସେହି ସମୟରେ ଉକ୍ତ ବିଦ୍ୟାଳୟରେ ଆଧ୍ୟୟନରତ ଏହି ଛାତ୍ରଛାତ୍ରୀ ମାନଙ୍କ ସହ ଥିବା ସମ୍ପର୍କକୁ ମନେ ପକାଇବା ସହ ଏହି ଭଳି ଏକ କାର୍ଯ୍ୟକ୍ରମ ଆୟୋଜିତ କରି ସେମାନଙ୍କୁ ନିମନ୍ତ୍ରୀତ କରିଥିବାରୁ ନିଜକୁ ଗର୍ବିତ ମନେ କରିଥିବା ପ୍ରକାଶ କରିଥିଲେ । ଏହି ପରି ଗୁରୁ ଓ ଶିଷ୍ୟଙ୍କ ଭଲ ପାଇବା କରାଯାଇଥିବା ସମ୍ବର୍ଦ୍ଧନା ଚିରକାଳ ପାଇଁ ମନେପଡିବ ବୋଲି ଉପସ୍ଥିତ ଶିକ୍ଷକ ମାନେ ଭାବ ବିହ୍ୱଳ ହୋଇ ପ୍ରକାଶ କରିଥିଲେ । ଏହା ପରେ ନିମନ୍ତ୍ରିତ ଶିକ୍ଷକ ମାନଙ୍କୁ ଛାତ୍ରଛାତ୍ରୀ ମାନଙ୍କ ତରଫରୁ ପୁଷ୍ପଗୁଛ ଓ ଉପୋଢୋଉକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହି ଅବସରରେ ସମସ୍ତଙ୍କୁ ମନେ ରଖିବା ପାଇଁ ଏକ ବ୍ୟାନରେ ଉପସ୍ଥିତ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନେ ଦସ୍ତଖତ କରିଥିଲେ । ପୁରାତନ ଛାତ୍ର କିଶୋର ଚନ୍ଦ୍ର ପାଣିଗ୍ରାହୀ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ମନୋଜ କୁମାର ସାହୁ, ଚକ୍ରଧର ବିଡିକା, ସନ୍ତୋଷ କୁମାର ରଥ, ଏମ. ସତୀଶ କୁମାର, ମନୋରଜଂନ ବିଶ୍ୱାଳ, ଟି. ମନୋଜ, ବି. ତ୍ରୀନାଥ, ବି. ଜନାର୍ଦନ, ଋଷିକେଶ ପାତ୍ର, ପ୍ରମୋଦ ମହାନ୍ତି, ଜୟନ୍ତି ସେନାପତି, ସୁଷମା ମହାନ୍ତି, ଜୟନ୍ତି ଜେନା, ନମିତା ବିଡିକା, ରଶ୍ମୀତା ଚୌଧୁରୀ, ବିନତି ନାୟକ, ରାଜାରାଓ ହୁଇକା, ଜି. ଦୁର୍ଗା ପ୍ରସାଦ ତିଆଡି, ବି.ଏମ.କେ. ରେଡି, କେ. ଗୋପାଳ, ଆର.ସିଏଚ୍. ବେହେରା, ପୁର୍ଣ୍ଣ ଚନ୍ଦ୍ର ବେହେରା, ଆଶିଷ କୁମାର ମହାନ୍ତି, ଜି. ମନୋଜ କୁମାର, ଉଦିତ କୁମାର ଶତପଥି, ଭି. ରାବଣା ପଟ୍ଟନାୟକ, ଲଳିତ କିଶୋର ନାୟକ, ସୁଧାଂଶୁ କୁମାର ଗୌଡ, ଅକ୍ଷୟ କୁମାର ପାଣିଗ୍ରାହ. କେ. ଦାମୋଦର, ସୁଜାତା ଜେନା, ସି.ଏଚ. ଉଷାରାଣୀ, ମହେଶ୍ୱତା ପାଣିଗ୍ରାହୀ ଓ ସନ୍ଧ୍ୟାରାଣୀ ପାତ୍ର ପ୍ରମୂଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।









