ଭୁବନେଶ୍ୱର( ଶାସକ ପ୍ରଶାସକ) : ଓଡ଼ିଶାର ଚାପ ଆଗରେ ନଇଁଛନ୍ତି କେନ୍ଦ୍ର ସରକାର । ଶ୍ରୀମନ୍ଦିର ପାଇଁ ଜାତୀୟ ଐତିହ୍ୟ ପ୍ରାଧିକରଣ (ଏନଏମଏ) ର ବିବାଦୀୟ ବାଇ ଲ’ ଶେଷରେ ପ୍ରତ୍ୟାହୃତ ହୋଇଛି । ଏହି ବାଇ ଲ ପ୍ରତ୍ୟାହାର ହେବ ଜାଣିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂକ୍ଷିପ୍ତ ପ୍ରତିକ୍ରିୟା ଥିଲା " ଜୟ ଜଗନ୍ନାଥ" |
ସୂଚନାଯୋଗ୍ୟ ଯେ, ଆଜି ଶ୍ରୀମନ୍ଦିର ଦର୍ଶନରେ ପୁରୀ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂପୃକ୍ତ ବାଇ ଲ’ ତୁରନ୍ତ ପ୍ରତ୍ୟାହାର ପାଇଁ କରିଥିବା ବେଳେ " ଜଗନ୍ନାଥଙ୍କ କାମକୁ କେହି ଅଟକାଇ ପାରିବେ ନାହିଁ" ବୋଲି କଡା ଶବ୍ଦରେ ଚେତାଇ ଦେଇଥିଲେ | ସେପଟେ ଦିଲ୍ଲୀରେ ବିଜେଡ଼ି ଓ ବିଜେପି ସାଂସଦମାନେ ପୃଥକ୍ ଭାବେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲଙ୍କୁ ଭେଟି ଏହି ବାଇ ଲ ପ୍ରତ୍ୟାହାର ପାଇଁ ଦାବି କରିଥିଲେ ଦାବି କରିଥିଲେ । ଓଡ଼ିଶାର ସଂସଦ ମାନଙ୍କ ଠାରୁ ଏ ବିଷୟରେ ଜାଣିବା ପରେ ମନ୍ତ୍ରୀ ଶ୍ରୀ ପଟେଲ କ୍ଷୋଭବ୍ୟକ୍ତ କରିବା ସହ ତୁରନ୍ତ ତାହାର ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ଦେଇଥିଲେ |









