ହେଡଲାଇନସ୍:

ବିଜୁ ପଟ୍ଟନାୟକ ମେମୋରିଆଲ ନକ୍ ଆଉଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଧର୍ମଗଡ/ସୁସାନ୍ତ ରାଉତ: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ଚାଲିଥିବା ବିଜୁ ପଟ୍ଟନାୟକ ମେମୋରିଆଲ ନକ୍ ଆଉଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଧର୍ମଗଡ଼ ପ୍ରିମିୟର ଲିଗ୍ -୭ ଉଦଯାପିତ ହୋଇ ଯାଇଛି। ଫାଇନାଲ ମ୍ୟାଚ୍ ଶଙ୍କର-୧୧ ଏବଂ ଦଣ୍ଡାମୁଣ୍ଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ଉଦଯାପନୀ ମ୍ୟାଚରେ ମୁଖ୍ୟ  ଅତିଥି ଭାବରେ ଝରିଗାଁ ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ମାଝୀ ଏବଂ ସମ୍ମାନିତ ଅତିଥି ଭାବରେ ଧର୍ମଗଡ଼ ବିଧାୟକ ଶ୍ରୀ ମୌଷଧି ବାଗ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ପ୍ରତିଯୋଗୀ ଦଳଗୁଡ଼ିକୁ ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତ  କରିବା ସହ ପୁରସ୍କାର ଅର୍ଥ ରାଶି ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷ  ବଳରାମ ପୁଝାରୀ, ଧର୍ମଗଡ଼ ପୂର୍ବତନ ନଗରପାଳ ସୁଶ୍ରୀ ହୀରା ବାଗ, ବରିଷ୍ଠ ସାମ୍ବାଦିକ ବୈଦ୍ୟନାଥ ବେହେରା, ଧର୍ମଗଡ଼ ବିଧାୟକ ପ୍ରତିନିଧି ସ୍ବାଧୀନ ବାଗ, ବିଜୁ ମହିଳା ଜନତା ଦଳ ଜିଲ୍ଲା ସଭାନେତ୍ରୀ କଲ୍ୟାଣୀ ନାଏକ,ବିଜେଡି ନଗର ସଭାପତି ମଦନ ନାଏକ, ରାଜେନ୍ଦ୍ର ମୁନି, ବିବେକ ମିଶ୍ର ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଧର୍ମଗଡ଼ ପ୍ରିମିୟର ଲିଗ୍ ସଭାପତି ଭବାନୀ ଶଙ୍କର ନାଏକ, ସଂପାଦକ ବିକାଶ ଅଗ୍ରୱାଲ, ଉପସଭାପତି ଲବଣୀ ରାଉତ, ରାଜାରାମ ହାତୀ ସମେତ କମିଟିର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

0
0
0
s2sdefault