ନୂଆଦିଲ୍ଲୀ :ମୌଳିକ ଭିତ୍ତିଭୂମିର ସଫଳ ରୂପାୟନ କରି ସାମାଜିକ ଓ ଅର୍ଥନୈତିକ ରୂପାନ୍ତରଣ ପାଇଁ ମୂଳଦୁଆ ପକାଇବା ଦିଗରେ ସଫଳତାର ସହ କାର୍ଯ୍ୟ କରୁଥିବା ସର୍ବଶ୍ରେଷ୍ଠ ୫ଟି ଜିଲ୍ଲା ମଧ୍ୟରେ ସ୍ଥାନ ପାଇଛନ୍ତି ଓଡ଼ିଶାର ଦୁଇ ଜିଲ୍ଲା | ପ୍ରଥମ ସ୍ଥାନରେ ଅଛି ଓଡ଼ିଶାର ଗଜପତି ଜିଲ୍ଲା | କର୍ଣ୍ଣାଟକର ରାଇଚୁର, ତ୍ରିପୁରାର ଧାଳାଇ, ହିମାଚଳପ୍ରଦେଶର ଚାମ୍ବା ଓ ଓଡ଼ିଶାର କୋରାପୁଟ ଜିଲ୍ଲା ଏହି ସର୍ବଶ୍ରେଷ୍ଠ ଜିଲ୍ଲା ତାଲିକାରେ ସ୍ଥାନ ପାଇଛନ୍ତି | ଡିସେମ୍ବର ମାସରେ କରାଯାଇଥିବା ଡେ଼ଲ୍ଟା ରା଼ଙ୍କିଙ୍ଗରେ ଏହି ଜିଲ୍ଲାଗୁଡ଼ିକୁ ସର୍ବଶ୍ରେଷ୍ଠ ୫ଟି ଜିଲା ଭାବେ ଚିହ୍ନଟ କରାଯାଇଛି |
ରାଜ୍ୟ
ନୀତି ଆୟୋଗ ଡେ଼ଲ୍ଟା ରା଼ଙ୍କିଙ୍ଗ : ୫ ସର୍ବଶ୍ରେଷ୍ଠ ଜିଲ୍ଲା ଭିତରେ ଓଡ଼ିଶାର ୨ ଜିଲ୍ଲା
- Hits: 683