ପୁରୀ (ସ୍ୱତନ୍ତ୍ର ପ୍ରତିନିଧି) : "ଜଗନ୍ନାଥଙ୍କ କାମ କେହି ବି ଚାହିଁଲେ ଅଟକାଇ ପାରିବେନି" ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ | କରୋନା ମହାମାରୀ ପରେ ପ୍ରଥମ ଥର ପାଇଁ ଶ୍ରୀମନ୍ଦିର ଯାଇ ଶ୍ରୀ ଜୀଉଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ସିଂହଦ୍ୱାର ନିକଟରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ପ୍ରକାଶ କରିଛନ୍ତି |
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶ୍ରୀ ଜୀଉଙ୍କୁ ଦର୍ଶନ କରିବା ପାଇଁ ଭୁବନେଶ୍ବରରୁ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଆସି ୧୧ ଟା ୦୨ ମିନିଟ ରେ ପୁରୀ ତାଳ ବଣିଆ ସ୍ଥିତ ହେଲିପ୍ୟାଡ଼ ରେ ଅବତରଣ କରିଥିଲେ | ସେଠାରୁ ଶ୍ରୀ ମନ୍ଦିର ଯାଇ ଶ୍ରୀ ଜୀଉ ଙ୍କୁ ଦର୍ଶନ କରି ଫେରିବା ପରେ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଥିଲେ | ସେ କହିଥିଲେ ଯେ,ରାଜ୍ୟବାସୀଙ୍କ ସୁଖଶାନ୍ତି, ଓ ସମୃଦ୍ଧି ପାଇଁ ପ୍ରାଥନା କଲି। କେନ୍ଦ୍ର ସରକାର ତାଙ୍କ ବାଇଲ ବିଜ୍ଞପ୍ତି ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ " ଶ୍ରୀ ଜଗନ୍ନାଥଙ୍କ କାମକୁ କେହି ଅଟକାଇ ପାରିବେନି। କେନ୍ଦ୍ର ସରକାର ତାଙ୍କ ବାଇଲ ବିଜ୍ଞପ୍ତି ପ୍ରତ୍ୟାହାର କରିବା ଉଚିତ।"
ମୁଖ୍ୟମନ୍ତ୍ରୀଙ୍କ ଏହି ଦର୍ଶନ ସମୟରେ ତାଙ୍କ ସହିତ 5Tସଚିବ ଭି.କେ.ପାଣ୍ଡିଆନ,ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଓ ପୁରୀ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ।