ହେଡଲାଇନସ୍:

ଆମ୍ବୁଲାନ୍ସକୁ ଛାଡ଼ୁ ନାହାନ୍ତି ରାସ୍ତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜିଲ୍ଲାପାଳଙ୍କ ନିକଟରେ ଫେରାଦ ଜଣାଇଲେ ଆମ୍ବୁଲାନ୍ସ ଚାଳକଗଣ

ବାରିପଦା(ଦିଲ୍ଲୀପ ମହାନ୍ତି)-ଜବରଦଖଲ କାରଣରୁ ବାରିପଦା ପୌରପରିଷଦର ରାସ୍ତାଘାଟ ଦିନକୁ ଦିନ ସଂକୋଚିତ ହେବାରେ ଲାଗିଛି । ପୌରପରିଷଦର ହୁଗୁଳା ଶାସନ ବ୍ୟବସ୍ଥା କାରଣରୁ ରାସ୍ତାର ବିଭିନ୍ନ ସ୍ଥାନମାନଙ୍କରେ ଉଠା ଦୋକାନୀମାନଙ୍କର ଆସ୍ଥାନ ଜମିଛି । ସେହିପରି ପାର୍କିଂ ସ୍ଥାନ ନ ଥାଇ କ୍ଲିନିକ, ମଲ, ଘରୋଇ ହସପିଟାଲ, ମଲ, ବ୍ୟାଙ୍କ ଆଦି ମୁଣ୍ଡ ଟେକି ଉଠିଛି । ସହରରେ  ଚିହ୍ନଟ ହୋଇଥିବା ପାର୍କିଂ ସ୍ଥାନଗୁଡ଼ିକରେ ଉଠା ବ୍ୟବସାୟୀମାନେ ବ୍ୟବସାୟର ପସରା ମେଲାଇ ବସିଥିବା ବେଳେ ନୋ ପାର୍କିଂ ସ୍ଥାନରେ ଗାଡ଼ି ମୋଟର ପାର୍କିଂ ହେଉଥିବାର ଦେଖିବାକୁ ମିଳିଛି । ଫଳରେ ରୋଗୀକୁ ଧରି ଆସୁଥିବା ଆମ୍ବୁଲାନ୍ସ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛି । ବିଶେଷ କରି ଟିବି ହସପିଟାଲଠାରୁ ଗଣେଶ ଲଜ ଓ ମେଡ଼ିକାଲର ୭ ମହଲାଠାରୁ ଏମକେସି ହାଇସ୍କୁଲ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ଉଠା ଦୋକାନ ଓ ଗାଡ଼ି ମୋଟର ପାର୍କିଂ କାରଣରୁ ଆମ୍ବୁଲାନ୍ସର ଯାତାୟତରେ ଅସୁବିଧା ହେଉଛି । ରୋଗୀ ନିମନ୍ତେ ଗୋଟାଏ ସେକେଣ୍ଡର ବିଳମ୍ବ ଗୁରୁତ୍ୱପୂର୍ଣ୍ଣ ଓ ଜୀବନହାନୀର କାରଣ ହୋଇଥାଏ । ଏହାକୁ ନେଇ ୧୦୮  ଆମ୍ବୁଲାନ୍ସ ଚାଳକମାନେ   ୨୦୨୦ ଅଗଷ୍ଟ ୨୦ରେ ମୟୂରଭଞ୍ଜ ଜିଲ୍ଲାପାଳ ଓ ବାରିପଦା ପୌରନିର୍ବାହୀ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ ଜଣାଇଥିଲେ ମଧ୍ୟ ଆମ୍ବୁଲାନ୍ସ ଚାଳକମାନଙ୍କ ଅଭିଯୋଗ ପ୍ରତି ଉଭୟ ଜିଲ୍ଲାପାଳ ଓ ପୌର ନିର୍ବାହୀ ଅଧିକାରୀ ଅଣଦେଖା ପ୍ରଦର୍ଶନ ଆସୁଛନ୍ତି । ଫଳରେ ଆଜି ପୁଣି ଥରେ ୧୦୮ ଆମ୍ବୁଲାନ୍ସ ଚାଳକମାନେ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହିତ ରାସ୍ତାକଡ଼ରୁ ଉଠା ଦୋକାନୀମାନଙ୍କୁ ଉଚ୍ଛେଦ କରାଯିବା ସହିତ ନୋ ପାର୍କିଂ ଜୋନ ଭାବେ ଘୋଷଣା କରିବାକୁ ଦାବୀ କରିଛନ୍ତି । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଦାବୀ ପୂରଣ କରା ନ ଗଲେ ଆମ୍ବୁଲାନ୍ସ ଚାଳକମାନେ ଆନେ୍ଦାଳନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି । 

 

0
0
0
s2sdefault