ହେଡଲାଇନସ୍:

ଅଫିସର ଓ ନେତାଙ୍କ ଭିତରେ ମ୍ୟାଚ : ବାଜି ମାରିନେଲେ ନେତା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୟାଗଡ଼ (ବିଶ୍ୱଜିତ ନାୟକ):  ପ୍ରଶାସନ ଏକାଦଶ ଓ ଲୋକ ପ୍ରତିନିଧି ଏକାଦଶଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର କ୍ରିକେଟ୍ ମ୍ୟାଚ ଖେଳ ସମ୍ପନ୍ନ ହୋଇଛି  । ଏହି କ୍ରିକେଟ୍ ମ୍ୟାଚରେ  ଲୋକ ପ୍ରତିନିଧିର ଅଧିନାୟକ କାର୍ଯ୍ୟ ତୁଲାଇଥିଲେ  ରାଜ୍ୟ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ ଅରୁଣ କୁମାର ସାହୁ ଏବଂ ଟସ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ । ଲୋକ ପ୍ରତିନିଧି ଦଳ ୧୫ଓଭରରେ ୫ଟି ୱିକେଟ ହରାଇ ୧୩୮ରନ୍ କରିବାରେ ସକ୍ଷମ ହୋଇଥିବା ବେଳେ ୧୩୯ରନ୍ ର ବିଜୟ ଲକ୍ଷ୍ୟ ନେଇ ପ୍ରଶାସନିକ ଏକାଦଶ ପଡିଆ ଭିତରକୁ ପ୍ରବେଶ କରିଥିଲେ  । କିନ୍ତୁ ପ୍ରଶାସନିକ ଏକାଦଶ ୧୪ଓଭର ୨ଟି ବଲରେ ସମସ୍ତ ୱିକେଟ୍ ହରାଇ ୧୫ରନ ପଛରେ ଥାଇ ପରାଜୟୀ ହୋଇଥିଲେ। ପ୍ରଶାସନ ଏକାଦଶ ଓ ଲୋକ ପ୍ରତିନିଧି ଏକାଦଶଙ୍କ ମଧ୍ୟରେ ଚାଲିଥିବା ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ଲୋକ ପ୍ରତିନିଧି ଏକାଦଶ ବିଜୟ ଲାଭ କରି ମୁଖ୍ୟ ଅତିଥି ନୟାଗଡ଼ ବନଖଣ୍ଡ ଅଧିକାରୀ ଧନରାଜ ଏଚ୍ ଡି ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ  ।

0
0
0
s2sdefault