ହେଡଲାଇନସ୍:

ଜୀବନ ସଂଘର୍ଷରେ ହାରିଗଲେ ଚନ୍ଦ୍ରମଣି, ସହାୟତାର ହାତ ବଢ଼ାଇଲା ଓଡିଶା ମୋ ପରିବାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଦାହଣାଶୁଣି ଗ୍ରାମର 29 ବର୍ଷୀୟ ଚନ୍ଦ୍ରମଣି ମାଝୀ ଗତ ଚାରିବର୍ଷ ହେଲା ସୁରତରେ ରୋଷେୟା ଭାବେ କାର୍ଯ୍ୟ କରୁଥିଲେ । ଗତ ଫେବୃୟାରୀ 4 ତାରିଖରେ କୌଣସି କାରଣବଶତଃ ସେ ଆତ୍ମହତ୍ୟା କରିଦେଇଥିଲେ । ଅର୍ଥାଭାବରୁ ପରିବାର ଲୋକେ ପାର୍ଥିବ ଶରୀରକୁ ନିଜ ଗ୍ରାମକୁ ଫେରାଇ ଆଣିବାରେ ନାନା ପ୍ରକାର ଅସୁବିଧା ସମ୍ମୁଖୀନ ହେଉଥିଲେ । ଏ ସମ୍ପର୍କରେ ଭଦ୍ରକ ବିଧାୟକ ତଥା ଓଡିଶା ମୋ ପରିବାର ସଦସ୍ୟ ଓଡିଶା ମୋ ପରିବାରକୁ ଜଣାଇଥିଲେ ।ଚନ୍ଦ୍ରମଣୀଙ୍କ ପାର୍ଥିବ ଶରୀରକୁ କେମିତି ଜନ୍ମ ମାଟିକୁ ଫେରାଇ ଅଣାଯାଇପାରିବ ସେ ଦିଗରେ ଓଡିଶା ମୋ ପରିବାର ଉଦ୍ୟମ ଆରମ୍ଭ କରିଥିଲା । ବିଧାୟକ ଶ୍ରୀ ମଲ୍ଲିକ ଓ ଓଡିଶା ମୋ ପରିବାରର ଉଦ୍ୟମରେ ସମସ୍ତପ୍ରକାର ଆର୍ଥିକ ସହାୟତା ଓ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇ ମୃତକଙ୍କ ପାର୍ଥିବ ଶରୀର କୁ ଓଡିଶା ଫେରାଇ ଅଣାଯାଇଛି । ପାର୍ଥିବ ଶରୀର ଭଦ୍ରକରେ ପହଂଚିବା ପରେ ବିଧାୟକ ଶ୍ରୀ ମଲ୍ଲିକ ଓ ଗ୍ରାମବାସୀ ଉପସ୍ଥିତ ରହି ସସମ୍ମାନେ ଅନ୍ତିମ ସଂସ୍କାର କ୍ରିୟା ସମ୍ପନ୍ନ କରିଥିଲେ । ଏହି ସହାୟତା ପାଇଁ ମୃତକଙ୍କ ପରିବାରବର୍ଗ ଓଡିଶା ମୋ ପରିବାରକୁ କୃତଜ୍ଞତା ଜଣାଇଛନ୍ତି ।

0
0
0
s2sdefault