ଭୁବନେଶ୍ୱର (ଶାସକ ପ୍ରଶାସକ) ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଆଜି ସୁନ୍ଦରଗଡ ଜିଲ୍ଲା ପାଇଁ ସହ-ପର୍ଯ୍ୟବେକ୍ଷକ ଭାବରେ ଆଠଜଣ ନେତାଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ରଂଜନ ମଙ୍ଗରାଜ ଆଜି ଏକ ପ୍ରେସ ବିବୃତ୍ତିରେ ସୂଚନା ଦେଇଛନ୍ତି ।
ଶ୍ରୀ କୁନବିହାରୀ ଦାସଙ୍କୁ ସୁନ୍ଦରଗଡ ଜିଲ୍ଲାର ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ଶ୍ରୀ ଦେବୀପ୍ରସାଦ ତ୍ରିପାଠୀ ତଲସରା ବିଧାନସଭା ନିର୍ବାଚନମଣ୍ଡଳୀର ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି । ସୁନ୍ଦରଗଡ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଶ୍ରୀ ଦେବାଶିଷ ମଲ୍ଲିକ ସହ-ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଥିବା ବେଳେ ଶ୍ରୀ ରଞ୍ଜିତ ମହାପାତ୍ରଙ୍କୁ ବଣାଇ ବିଧାନସଭା ନିର୍ବାଚନମଣ୍ଡଳୀର ସହ-ପର୍ଯ୍ୟବେକ୍ଷକ ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି। ବିରାମିତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀର ସହ-ପର୍ଯ୍ୟବେକ୍ଷକ ଭାବରେ ଶ୍ରୀ ସଂଗ୍ରାମ କେଶରୀ ପାଇକରାୟଙ୍କୁ ନିଯୁକ୍ତ କରାଯାଇଥିବାବେଳେ ଶ୍ରୀ ଶିଶିର ପରିଜା, ଶ୍ରୀ ଆଶିଷ ଚକ୍ରବର୍ତ୍ତୀ ଏବଂ ଶ୍ରୀ ଅସିତ ପଟ୍ଟନାୟକଙ୍କୁ ଯଥାକ୍ରମେ ରଘୁନାଥପାଲି, ରାଜଗାଙ୍ଗପୁର ଏବଂ ରାଉରକେଲା ବିଧାନସଭା ନିର୍ବାଚନମଣ୍ଡଳୀର ସହ-ପର୍ଯ୍ୟବେକ୍ଷକ ଭାବରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି ।