ଟିଟିଲାଗଡ,(ଗୌରବ ଦର୍ଜୀ )-ଆଜି ଦିନ ବେଲା ଟିଟିଲାଗଡ ରେଳ ଷ୍ଟେସନ ରେ ଜଣେ ନାବାଳିକା ବୁଲୁଥିବାର ଦେଖି ଆରପିଏଫ ପଚରାଉଚୁରା କରିଥିଲା। ଜଣା ପଡିଥିଲା ଯେ ସେହି ଛୋଟ ଝିଅ ଟି ଟ୍ରେନ ରେ ବସି ଏକାକୀ ପଳେଇ ଆସିଛି। ଝିଅଟି ସ୍ପଷ୍ଟ ନିଜ ପରିଚୟ ଦେଇପାରିନଥିଲେ ମଧ୍ୟ ଝିଅଟିର ନାମ କାଜଲ ସୁନାନି ବୋଲି କହିଛି। ଝିଅଟି କହିଛି ଘରେ ରଖିଥିବା ଏକ ଟଙ୍କା ବାକ୍ସ ଚୋରି କରିଥିବାରୁ ତା'ର ବାପା, ବଡ଼ଭାଇ ଓ ଭାଉଜ ମାଡ଼ ମାରିଥିବା ରୁ ଘରଛାଡ଼ି ମହାସମୁନ୍ଦ ରେଳଷ୍ଟେସନ ରେ ଟ୍ରେନ ରେ ବସି ପଳେଇ ଆସିଥିବା କହିଛନ୍ତି। ନାବାଳିକା ଟି ର ବୟସ ୧୫ , ବାପାଙ୍କ ନାମ ମଧୁରାମ ସୁଣାଣୀ ଓ ସେ ଛତିଶଗଡ ରାଜ୍ୟ ମହାସମୁନ୍ଦ ନିକଟସ୍ଥ ପୁରୁଣାକାଟି ଗାଁ ର ୱାର୍ଡ ନମ୍ବର ୨୦ ବୋଲି କହିଛି। କିନ୍ତୁ ପରିଚୟ ଓ ଠିକଣା ସମୂର୍ଣ୍ଣ ପ୍ରମାଣ ହୋଇ ପାରିନଥିବାରୁ ଆରପିଏଫ ଠାରୁ ଖବର ପାଇ ଚାଇଲ୍ଡ ଲାଇନ ର ଟିଟିଲାଗଡ ସଦସ୍ୟ ଶିବାନନ୍ଦ ବେହେରା ଓ ବଲାଙ୍ଗୀର ସଦସ୍ୟ ସ୍ୱର୍ଣ୍ଣପ୍ରଭା ଡାଙ୍ଗ ପହଞ୍ଚିଥିଲେ। ଶ୍ରୀ ବେହେରା ଓ ତାଙ୍କ ସହଯୋଗୀ ଝିଅଟିକୁ ଶିଶୁ ମଙ୍ଗଳ ସମିତି ବା ଚାଇଲ୍ଡ ୱେଲଫେଆର କମିଟି ସମ୍ମୁଖରେ ଉପସ୍ଥିତ କରିଥିଲେ। ଏହା ପରେ ସେମାନେ ଉଦ୍ଧାର ହୋଇଥିବା ଛୋଟ ଝିଅ କୁ ବଲାଙ୍ଗୀର ଜିଲ୍ଲା ପଥାରଚେପା ଠାରେ ଥିବା ଏକ ଆଶ୍ରମ ରେ ଅସ୍ଥାୟୀ ଭାବେ ରଖିଥିବା ସୂଚନା ଦେଇଛନ୍ତି। ଯେଉଁ ପର୍ଯ୍ୟନ୍ତ ଝିଅଟିର ସମ୍ପୁର୍ଣ୍ଣ ପରିଚୟ ଓ ଠିକଣା ଜଣା ନ ପଡ଼ିଛି ସେ ପର୍ଯ୍ୟନ୍ତ ଝିଅଟି ଆଶ୍ରମ ରେ ରହିବ ବୋଲି କହିଛନ୍ତି। ସେପଟେ ପୋଲିସ ଓ ଚାଇଲ୍ଡ ଲାଇନ୍ ଯଥା ଶୀଘ୍ର ଠିକଣା ଖୋଜି ବାହାର କରିବା ପାଇଁ ତଦନ୍ତ ଆରମ୍ଭ କରିଛି।