ହେଡଲାଇନସ୍:

ପୋଲିସ୍ ଜାଲରେ ଫସୁଛନ୍ତି ଜଣ ପରେ ଜଣେ ଗଞ୍ଜେଇ ବେପାରୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାର ସହ ଦୁଇଜଣଙ୍କୁ  ଥାନାରେ ଅଟକ ରଖିଛି ମୁନିଗୁଡା ପୋଲିସ

ରାୟଗଡ ( ସରୋ କୁମାର ସାହୁ) ରାୟଗଡା ଜିଲ୍ଲାର ମୁନିଗୁଡା ପୋଲିସକୁ ଗଞ୍ଜେଇ ଧରିବାରେ ସଫଳତା ପରେ ସଫଳତା ହାସଲ କରି ଚାଲିଛନ୍ତି। ଆଗରୁ ଗଞ୍ଜେଇ  ଚୋରା ଚାଲାଣକୁ ସେତେଟା ଗୁରୁତ୍ବ ଦେଉନଥିବାରୁ କେତେକ ଦଲାଲଙ୍କ ହସ୍ତକ୍ଷେପରେ ଥାନାରୁ ସହଜରେ ଖସିଯାଉଥିବା ଅଭିଯୋଗ ହୋଇ ଆସୁଥିଲା। ଏଵେ ଗଞ୍ଜେଇ ଦଲାଲଙ୍କ ଅଭିନଵ ଉପାୟରେ କରୁଥିବା ଚୋରା ଚାଲାଣକୁ ବିଷମକଟକ ଉପ-ଆରକ୍ଷୀ ଅଧିକ୍ଷକ  ଆକାଶ ଚନ୍ଦ୍ର ସାହୁଙ୍କ ତୀକ୍ଷ୍ଣ ନଜରରୁ ଚୋରା ଵେପାରୀମାନେ ଖସି ଯାଇପାରୁ ନ ଥିବାରୁ, କେତେବେଳେ କୁଣ୍ଡା ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ  ତ କେତେବେଳେ ପଣସ ବୋଝେଇ ଟ୍ରକରେ, ପିଚୁ ଡ୍ରମରେ, ଆଉ ଅନ୍ୟ କେତେକ ଷ୍ଟେସନକୁ ନେଉଥିବାଵେଳେ ଗଞ୍ଜେଇ ଧରିବାରେ ମୁନିଗୁଡା ପୋଲିସକୁ ଅନେକ ସଫଳତା ମିଳିଛି। ପ୍ରକାଶ ଯେ, ଗତକାଲି କେନ୍ଦୁଗୁଡାରୁ ରାୟପୁରୁ ଯିଵା ସମୟରେ ଵଡଧାଣ୍ଡରା ପାଖରେ ଗୋଟିଏ କାରରେ ଗଞ୍ଜେଇ ଵୋଝେଇ ହୋଇ ଯାଉଥିଵା ବିଶେଷ ସୂତ୍ରରୁ ଖବର ପାଇ ଉ-ଆରକ୍ଷୀ ଅଧିକ୍ଷକ ଆକାଶ ଚନ୍ଦ୍ର ସାହୁଙ୍କ ନିର୍ଦ୍ଦେଶ କ୍ରମେ ମୁନିଗୁଡା ଥାନା ଅଧିକାରୀ ସୁଜ୍ଞାନୀ ସାହୁଙ୍କ ନେତୃତ୍ୱରେ  ଏସ୍ ଆଇ ଚନ୍ଦ୍ରମା ଶବର, ନିରଞ୍ଜନ ଦାଶ, ପେଦେଣ୍ଡୁ ନାୟୂଡୁ, ପ୍ଲାଟୁନ୍ କମାଣ୍ଡର  ଟୁଲୁ ପାଢି, ମନୁ ପାଣିଗ୍ରାହି, ଗଣେଶ ସାହୁ, ରାମ ନାୟକ, ଗଣଦେବ ପଲକିଆ, ସୁଶୀଳ ଗନ୍ତାୟତ ସମେତ ଏକ ପୋଲିସ ଟିମ୍ ଏହି ଗଞ୍ଜେଇ କାର ସହ ଏଥିରେ ସମ୍ପୃକ୍ତ ଥିବା ଦୁଇଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଚି । ତଦନ୍ତ ସରିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି। ଥାନା ଅଧିକାରୀ ସୁଜ୍ଞାନି ସାହୁ ଓ ଉପ-ଆରକ୍ଷୀ ଅଧିକ୍ଷକ ଆକାଶ ଚନ୍ଦ୍ର ସାହୁଙ୍କ ଜନ ହିତକର କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳ ବାସୀ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଛନ୍ତି ।

0
0
0
s2sdefault