ହେଡଲାଇନସ୍:

ଝାରସୁଗୁଡ଼ାରେ ତିନି ଘଣ୍ଟା ବନ୍ଦ ସଫଳ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଭାରତୀୟ କିସାନ ଏକତା ମୋର୍ଚ୍ଚାର ଆହ୍ବାନରେ ଆଜି ସମଗ୍ର ଭାରତବର୍ଷରେ ତିନିଘଣ୍ଟିଆ ବନ୍ଦ ଡାକରାକୁ ସମର୍ଥନ ଜଣାଇ ଆଜି ଝାରସୁଗୁଡ଼ା କୃଷକ ସଂଗଠନ, ବିଭିନ୍ନ ସାମାଜିକ ଓ ରାଜନୈତିକ ସଂଗଠନ ଦ୍ଵାରା ଝାରସୁଗୁଡ଼ା ଚକବନ୍ଦୀ କରାଯାଇଥିଲା। ଦିନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଏହି ଅବସରରେ ସମସ୍ତ ଗାଡ଼ିମୋଟର ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଥିଲା ।

କୃଷକ ସଂଗଠନର ନେତୃତ୍ୱ ଅନୁସାରେ ଦେଶର ଚାଳିଶଟି କୃଷକ ସଂଗଠନର ସମନ୍ବୟ କମିଟି ନିର୍ଦ୍ଦେଶ କ୍ରମେ ଏହି ବନ୍ଦକୁ ପାଳନ କରିଥିଲେ ଏବଂ ଆଗାମୀ ଦିନରେ ମଧ୍ୟ ଯେ କୌଣସି ପଦକ୍ଷେପକୁ କୃଷକ ସଂଗଠନ ସମର୍ଥନ କରିବ ବୋଲି କହିଥିଲେ। ଯେତେଦିନ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏହି କଳା କୃଷି ଆଇନଗୁଡି଼କୁ ଉଚ୍ଛେଦ ନ କରିଛନ୍ତି,ସେତେଦିନ ପର୍ଯ୍ୟନ୍ତ ଏହି ଆନ୍ଦୋଳନକୁ ବଳବତ୍ତର ରଖାଯିବ ବୋଲି ସୂଚନା ଦେଇଛନ୍ତି। 

ଆଜିର ଏହି ବନ୍ଦ ପାଳନରେ ଓଡ଼ିଶା ପ୍ରଗତିଶୀଳ ମଞ୍ଚ, କମ୍ୟୁନିଷ୍ଟ ପାର୍ଟି,କଂଗ୍ରେସ ଦଳ, ଆମ ଆଦମୀ ପାର୍ଟି ତଥା ଅନ୍ୟାନ୍ୟ ସଂଗଠନ ସମର୍ଥନ ଜଣାଇ ସାମିଲ ହୋଇଥିଲେ।

0
0
0
s2sdefault