ହେଡଲାଇନସ୍:

ଶ୍ରୀରଘୁନାଥ ଜିଉଙ୍କୁ ଦର୍ଶନ କଲେ ଅପରାଜିତା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) : ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ ଆଜି ଆସ୍କା ଗସ୍ତ ଅବସରରେ ଓଡ଼ଗାଁ ପ୍ରଭୁ ଶ୍ରୀରଘୁନାଥ ଜିଉଙ୍କୁ ଦର୍ଶନ କରିଥିଲେ । ଗସ୍ତ ସମ୍ପର୍କରେ କୈାଣସି ସୁଚନା ନଥିବା ବେଳେ ଅଚାନକ୍ ଭାବରେ ରାତି ୯ଟା ବେଳେ ସାଂସଦଙ୍କ ପାଇଁ ମନ୍ଦିର ପରିସରରେ ଗହଳ ଚହଳ ଦେଖିବାକୁ ମିଳିଥିଲା । ଶ୍ରୀରଘୁନାଥଙ୍କ ଦର୍ଶନ ସାରି ବାହାରକୁ ଆସିବା ପରେ ଜନସାଧାରଣଙ୍କ ଅନୁରୋଧ କ୍ରମେ ଭଞ୍ଜଙ୍କ ପ୍ରତିମୂର୍ତ୍ତିରେ  ପୁଷ୍ପମାଲ୍ୟ ପ୍ରଦାନ କରିବା ସହିତ ପ୍ରଦୀପ ପ୍ରଜ୍ଜଳନ କରିବା ସାଧାରଣରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି ।

ସୂଚନାଯୋଗ୍ୟ ଯେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଆଜି ଓଡ଼ଗାଁ ଗସ୍ତରେ ଥିବା ବେଳେ ବିଳମ୍ବିତ ସନ୍ଧ୍ୟାରେ ବିଜେପି ସାଂସଦଙ୍କ ଅଚାନକ ଗସ୍ତ ପାଇଁ ଜନସମାଗମ ରୋଚକ ପରିବେଶ ସୃଷ୍ଟି ସାମାନ୍ୟ ରାଜନୈତିକ ଉଷ୍ମତା ସୃଷ୍ଟି କରିଥିଲା  । ସାଂସଦ ଅପରାଜିତା ଜନସାଧାରଣଙ୍କ ଆଗ୍ରହକୁ ସମ୍ନାନ ଦେଇ ଆଗକୁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ପୁନର୍ବାର  ଓଡ଼ଗାଁ ଆସିବାକୁ ଉପସ୍ଥିତ ଜନତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ନୟାଗଡ଼ ଜିଲ୍ଲାରେ ଥିବା ପ୍ରମୁଖ ଆଧ୍ୟାତ୍ମୀକ ପୀଠ ଗୁଡିକର ଉନ୍ନତିକରଣ ପାଇଁ ଉଦ୍ୟମ ତାଙ୍କର ରହିବ ବୋଲି କହିଥିଲେ । ଜନପ୍ରତିନିଧି ମାନେ ଦଳମତ ନିର୍ବିଶେଷରେ ଜନସାଧାରଣଙ୍କ ପାଇଁ କାର୍ଯ୍ୟକଲେ ସମସ୍ତଙ୍କର ବିକାଶ ହୋଇପାରିବ ବୋଲି କହି ଅନୁମତି ନେଇ ଗନ୍ତବ୍ୟ ସ୍ଥଳ ଅଭିମୁଖେ ବାହାରିଥିଲେ । 

0
0
0
s2sdefault