ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା - ଜିଲ୍ଲାରେ ଆଜି ବିଭିନ୍ନ ସ୍ଥାନରେ ୬୭୫ଜଣଙ୍କୁ କୋଭିଡ ଟୀକା ପ୍ରଦାନ କରାଯାଇଛି । ଜିଲ୍ଲା କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ସରୋଜ କୁମାର ସାମଲ ପ୍ରଥମେ ଟୀକା ନେଇଥିଲେ । ସେହିପରି ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ,ଉପ ଜିଲ୍ଲାପାଳ ଶିବ ଟପ୍ପୋଙ୍କ ସମେତ ବିଭିନ୍ନ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀବୃନ୍ଦ କୋଭିଡ ଟୀକା ନେଇଥିଲେ । ଜିଲ୍ଲା କାର୍ଯ୍ୟାଳୟଠାରେ ୧୧୮ଜଣ , ଓଏସ୍ଏପି ୨ୟ ବାଟାଲିଅନରେ ୧୨୦ଜଣ,କିର୍ମିରା ବ୍ଲକ କାର୍ଯ୍ୟାଳୟରେ ୧୧୦ଜଣ,ଲଖନପୁର ବ୍ଲକ କାର୍ଯ୍ୟାଳୟଠାରେ ୧୦୫ଜଣ,ଝାରସୁଗୁଡ଼ା ପୌରପାଳିକା ଠାରେ ୧୨୦ଜଣ ଓ ବ୍ରଜରାଜନଗର ପୌରପାଳିକା ଠାରେ ୧୦୨ଜଣଙ୍କୁ ଟୀକା ପ୍ରଦାନ କରାଯାଇଛି । ଜିଲ୍ଲା କାର୍ଯ୍ୟାଳୟଠାରେ ଡେପୁଟି କଲେକ୍ଟର ଅଶ୍ୱିନୀ କୁମାର ପଣ୍ଡା , ନିବେଦିତା ପ୍ରଧାନ , ଗୀତିକା ନାଏକ , ଡି ଆଇ ଓ ଅକ୍ଷୟ ମିଶ୍ର , ଡିସିପିଓ ସୁନନ୍ଦ ମହାରଣା ଓ ଡିଆଇପିଆରଓ ଅଜୟ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।