ହେଡଲାଇନସ୍:

ଗଣତନ୍ତ୍ର ଦିବସ କ୍ରିକେଟ: ମିସ୍ତ୍ରୀ ଏକାଦଶ ଚମ୍ପିୟାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର : ପଦ୍ମପୁର ନିକଟସ୍ଥ ମହୁଲପାଲି ହାଇସ୍କୁଲ ପଡ଼ିଆରେ ଆୟୋଜିତ ଗଣତନ୍ତ୍ର ଦିବସ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ଅନୁଷ୍ଠିତ ଏହି ପ୍ରତିଯଗିତାରେ ୪ଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ ମିସ୍ତ୍ରୀ ଏକାଦଶ ଦଳ ନିର୍ଦ୍ଧାରିତ ୬ ଓଭରରେ ୮୦ ରନ ସଂଗ୍ରହ କରିଥିଲେ। ଏହାର ଜବାବରେ ଫରେଷ୍ଟ ଏକାଦଶ ଆବଶ୍ୟକ ରନ ସଂଗ୍ରହ କରି ନ ପାରି ପରାଜିତ ହୋଇଥିଲେ। ପରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ନରେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଏବଂ କିଶୋର ପାତ୍ର ଓ ଜୟକୃଷ୍ଣ ସାର୍ ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଜେତା ଦଳକୁ ୧୦୦୦୧ ଟଙ୍କା ସହ ଟ୍ରଫି ଓ ଉପ ବିଜେତା ଦଳକୁ ୬୦୦୧ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ। ମିସ୍ତ୍ରୀ ଏକାଦଶ ଦଳର କ୍ରିଷ୍ଣା ଙ୍କୁ ମେନ ଅଫ ଦି ମେଚ ଓ ରାଜକିଶୋର ଙ୍କୁ ମେନ ଅଫ ଦି ସିରିଜ ପୁରସ୍କାର ଦିଆଯାଇଥିଲା। ଆଜିର ଫାଇନାଲ ମ୍ୟାଚକୁ ଅମ୍ପାୟାର ଅଚ୍ୟୁତ ଓ ସୁବ୍ରତ ପରିଚାଳନା କରିଥିଲେ । ଅଙ୍କିତ ସ୍କୋରିଂ ଏବଂ ମତିଲ ଓ ପ୍ରଶାନ୍ତ ଧାରାବିବରଣୀ ଦେଇଥିଲେ। ପରେଶ, ପିଣ୍ଟୁ, ମାନସ, ମନୀଷ, ରୁପେଶ, ଦିଲୀପ ପ୍ରମୁଖ ଆୟୋଜନ ପାଇଁ ସହଯୋଗ କରିଥିଲେ । ଶେଷରେ ପ୍ରତାପ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault