ହେଡଲାଇନସ୍:

କୁଆଖିଆରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସଡ଼କ ସୁରକ୍ଷା ଅଭିଯାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଯାଜପୁର (ଶାସକ ପ୍ରଶାସକ) :ବିଜୁ ଛାତ୍ର ଜନତା ଦଳ ଯାଜପୁର ସଭାପତି ସୌମ୍ୟ ରଞ୍ଜନ ବିଶ୍ୱାଳଙ୍କ ନିର୍ଦେଶ କ୍ରମେ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସମ୍ପାଦକ ସୌମ୍ୟ ରଞ୍ଜନ ଖୁଣ୍ଟିଆଙ୍କ ର ଅଧକ୍ଷତାରେ ଯାଜପୁରର କୁଆଖିଆ ଠାରେ ଏକ ସଡ଼କ ସୁରକ୍ଷା ଅଭିଯାନ ଆରମ୍ଭ କରାଗଲା । ଏହି ଅଭିଯାନରେ ମୁଖ୍ୟ ଅତିଥି ଭାବେ କୁଆଖିଆ ଥାନା ଆଇଆଇସି  ମନୋଜ କୁମାର ସ୍ୱାଇଁ  ଏବଂ ବିଜୁ ଛାତ୍ର ଜନତା ଦଳର ଉପସଭାପତି  ସ୍ମୁର୍ତ୍ତି ରଞ୍ଜନ ଦାସ  ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଯାଜପୁର ବ୍ଲକ ଉପ ସଭାପତି ନିହାର ଆଚାର୍ଯ୍ୟ ଏବଂ ଅନ୍ୟ ବିଜୁ ଛାତ୍ର ଜନତା ଦଳ ର ସଦସ୍ୟ,ସ୍ମୁର୍ତ୍ତି ରଞ୍ଜନ ପଣ୍ଡା ,ଗୌତମ ମହାନ୍ତି, ସାହେବ ଜ୍ୟୋତି ମହାନ୍ତି,ନିହାର ଆଚାର୍ଯ୍ୟ,ଅମୀୟ ରଞ୍ଜନ,ନରୋତ୍ତମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault