ପଦ୍ମପୁର : ବରଗଡ ଜିଲ୍ଳା ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଦ୍ମପୁର ବ୍ଳକ ର ବୁଧାପାଲି ଗ୍ରାମରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୩୮ ୟୁନିଟ ରକ୍ତ ସଂଗୃହିତ ହୋଇଅଛି । ଉକ୍ତ ଶିବିରକୁ ମୁଖ୍ୟ ଅତିଥି ରୂପେ ଓଡିଶା ମୋ ପରିବାର ସଦସ୍ୟ ତଥା ଜିଲ୍ଳା ସଂଯୋଜକ ଶ୍ରୀଯୁକ୍ତ ଗୌରହରି ମିଶ୍ର ଉଦ ଘାଟନ କରିଥିଲେ | ଯୁବନେତା ଭୋଜରାଜ ବରିହା ସମ୍ମାନିତ ଅତିଥି ରୁପେ ଉପସ୍ଥିତ ଥିଲେ ଓ ଯୁବନେତା ସୁମିତ ଘିବେଲା, ଭେଉଁରିଆ ସରପଞ୍ଚ ଶ୍ରୀମତି ରଜନୀ ସାହୁ, ବିଜୟ ଭୋଇ, ପ୍ରଶାନ୍ତ ମହାନ୍ତି ଶିବିର ପରିଚାଳନା ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ରାଜ୍ୟ
ପଦ୍ମପୁର ନିର୍ବାଚନ ମଣ୍ଡଳୀ: ବୁଧାପାଲିରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର
- Hits: 597