ହେଡଲାଇନସ୍:

ନିଷ୍ଠା ପରିବାର ତରଫରୁ ରକ୍ତଦାନ ଶିବିର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଆଜି ପବିତ୍ର ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି.ପ୍ରକାଶ ରାଓ ଏବଂ ଜଣେ ପରୋପକାରୀ ମଣିଷ ତଥା ନିଷ୍ଠାବାନ କର୍ମଚାରୀ ପ୍ରଫୁଲ୍ଲ ବେହେରାଙ୍କ ସ୍ମୃତି ରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସସରେ ସାହୁଟିକ୍ରା,ତୋରା ଠାରେ ଟିମ୍ ନିଷ୍ଠା ସାହୁଟିକ୍ରା ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।ଶ୍ରୀଯୁକ୍ତ କୃତିବାସ ରାଉତ ପ୍ରକଳ୍ପ ନିର୍ଦ୍ଦେଶକ,ବରଗଡ ମୁଖ୍ଯ ଅତିଥି ଭାବରେ ଯୋଗଦେଇ ଶିବିର କୁ ଫିତାକାଟି ଉଦ୍ଘାଟନ କରିଥିଲେ ।ଏହି ଶିବିର ରେ ସର୍ବମୋଟ ୩୮ୟୁନିଟ ରକ୍ତ ବରଗଡ ରକ୍ତ ଭଣ୍ଡାର ଦ୍ବାରା ସଂଗୃହୀତ ହୋଇଥିଲା।ଏହି ଅବସରରେ ନିଷ୍ଠା ପରିବାର ର ଉପଦେଷ୍ଟା ଦୁର୍ବାଦଳ ଷଢଙ୍ଗୀ, ସଂପାଦକ ଅଶ୍ବିନୀ ତ୍ରିପାଠୀ,କୋଷାଧକ୍ଷ ଶ୍ୟାମ ସୁନ୍ଦର ସାହୁ,ସହ ସଂପାଦକ ଲୋକନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।ସମସ୍ତ ରକ୍ତଦାତା,ଶୁଭେଚ୍ଛୁ ଏବଂ ସହଯୋଗୀ ବନ୍ଧୁ ମାନଙ୍କୁ  ନିଷ୍ଠା ପରିବାର ତରଫରୁ ଅନେକ ଅନେକ ଧନ୍ୟବାଦ ଜ୍ଞାପନ କରାଯାଇଛି ।

0
0
0
s2sdefault