ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ମୁକ୍ତି ସଂଗ୍ରାମର ଅନ୍ୟତମ ମହାରଥୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ଉତ୍ସବ ଏବଂ ପରାକ୍ରମ ଦିବସ , ଜିଲ୍ଲା ଭାଜପା: ସମେତ ଜିଲ୍ଲା ମାନବ ଅଧିକାର ପରିଷଦ, ମହିଳା ସ୍ନାତକ ମହାବିଦ୍ୟାଳୟ ଏବଂ ଏବିଭିପି ପକ୍ଷରୁ ପାଳିତ ହୋଇଯାଇଛି ।
ଏହି ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ତଥା ବିଧାୟକ ଶ୍ରୀ କେ. ନାରାୟଣ ରାଓ ଯୋଗଦେଇ ନେତାଜୀଙ୍କ ଫଟୋ ଚିତ୍ରରେ ପୁଷ୍ପ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ନେତାଜୀ ସୁବାଷ ଚନ୍ଦ୍ର ବୋଷ କିଭଳି ଭାରତ ଇତିହାସରେ ମହାନ ଜାତୀୟ ବୀରର ଭୂମିକା ନିର୍ବାହ କରି ଦକ୍ଷ ନେତୃତ୍ବର ପରିଚୟ ଦେଇଥିଲେ ଓ ତାଙ୍କ ଆଜାଦ ହିନ୍ଦ ଫୌଜ ସମ୍ପର୍କରେ କହିଥିଲେ ।
ଜିଲ୍ଲା ମାନବ ଅଧିକାର ପରିଷଦ , କାର୍ଯ୍ୟାଳୟ ପରିସରରେ ଅନୁଷ୍ଠତ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ସାହିତ୍ୟ ଏକାଡେମୀ ଜିଲ୍ଲା ପରିଷଦ ସଭ୍ୟ ଶିକ୍ଷାବିତ ବିଚିତ୍ରାନନ୍ଦ ବେବର୍ତ୍ତା ଯୋଗଦେଇ ଭାରତ ମାତା ବନ୍ଧନମୁକ୍ତ ହୋଇ ସ୍ୱାଧୀନତା ଲାଭ କରିବ , ଏହି ଗୁରୁଦାୟିତ୍ୱ ସମ୍ପନ୍ନ କରିବା ପାଇଁ ନେତାଜୀ ସୁବାଷ ବୋଷ କିଶୋର ବୟସରୁ ହିଁ ସ୍ୱପ୍ନ ଦେଖିଥିଲେ ବୋଲି କହିଥିଲେ ।
ଜିଲ୍ଲା ଚାଇଲଡ଼ ଲାଇନର ସଂଯୋଜକ ଶ୍ରୀ ନାଗେଶ୍ବର ଚୌଧୁରୀ କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ସଶାଙ୍କ ଶେଖର ସାବତ ଓ ଉଦୟଚନ୍ଦ୍ର ରାଓ ମଞ୍ଚାସୀନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ପ୍ରଦୀପ ଚୌଧୁରୀ , ସନାତନ ବେହେରା , ପ୍ରବୀଣ କୁମାର ଲିମା , ମଞ୍ଜୁଳା ଚୋଧୁରୀ , ସୁମିତା ପଣ୍ଡା , ଲିଲି ସାହୁ , ରଞ୍ଜିତ କୁମାର ପ୍ରଧାନ , ନିତ୍ୟାନନ୍ଦ ମଣ୍ଡଳ , ଶ୍ରୀନୁ ମିଶାଲ , ସୁସଦଶ ଗୁରୁ , ରବିନ୍ଦ୍ର କୁମାର ଭୂୟାଁ , ସୁଶାନ୍ତ ଗମାଙ୍ଗ , ପି.ସୁରେଶ କୁମାର , ହେମନ୍ତ କୁମାର ପଟ୍ଟନାୟକ , ରବୀନ୍ଦ୍ର କୁମାର ପଣ୍ଡା ,ବି.ମୁରଲୀ ପ୍ରମୁଖ ଉପସ୍ଥିତ ଥିଲେ।
ସେହିଭଳି ମହିଳା ସ୍ନାତକ ମହାବିଦ୍ୟାଳୟରେପରିସରରେ ଅନୁଷ୍ଠିତ ନେତାଜୀ ଜୟନ୍ତୀ ଓ ପରାକ୍ରମ ଦିବସ କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ଡ଼ଃ ରୀନା ସାହୁ ,ରେଡକ୍ରସ ଅଧିକାରୀ ମଧୁସ୍ମିତା ପ୍ରଧାନ ଏବଂ ଅଧ୍ୟାପିକା ଡ଼. କଲ୍ୟାଣୀ ମିଶ୍ର ଯୋଗଦେଇ ନେତାଜୀ ସୁବାଷ ବୋଷଙ୍କ ପ୍ରାଣରେ ଜାଗ୍ରତ ଥିବା ଦେଶପ୍ରେମ ଓ ଜାତୀୟ ପ୍ରୀତି ସମ୍ପର୍କରେ କହି ତାଙ୍କର ଅପୂର୍ବ ସାହାସିକତା , ବିରତ୍ୱ , ଆତ୍ମବିଶ୍ବାସ , ସ୍ୱାଭିମାନ , ପ୍ରଚଣ୍ଡ ଦେଶପ୍ରେମ , ଦୃଢ଼ ସଂକଳ୍ପ ଓ ମାନବିକ ଆଦର୍ଶର ସାକାର ବିଗ୍ରହ ପ୍ରଭୃତିର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ । ଶେଷରେ ମଧୁସ୍ମିତା ପ୍ରଧାନ ଉପସ୍ଥିତ ଛାତ୍ରୀ ଓ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ସେହିପରି ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗଙ୍କ ନିର୍ଦ୍ଦେଶନାରେ ସ୍ଥାନୀୟ ମହେନ୍ଦ୍ରଗିରୀ ହାଇସ୍କୁଲ ଠାରେ ନେତାଜୀ ଜୟନ୍ତୀ ଏବଂ ଜିଲ୍ଲା ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାରିଛି।
ଉକ୍ତ ସଭାରେ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ଯୋଗଦେଇଥିଲେ।ମୁଖ୍ୟବକ୍ତା ଭାବେ ଜିଲ୍ଲା ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ଯୋଗଦେଇ ଅମରଆତ୍ମା ବୀର୍ଯବନ୍ତ, ଜ୍ଞାନବନ୍ତଶ, ଲୌକିକ ଶକ୍ତିର ଅଧିକାରୀ ନେତାଜୀଙ୍କ ଯୁବଗୋଷ୍ଠୀଙ୍କୁ ତାଙ୍କର କିଭଳି ଅଗ୍ନିସ୍ଫୁଲିଙ୍ଗ ଆହ୍ୱାନ ଥିଲା ବୁଝାଇ ଥିଲେ।ଅନ୍ୟତମ ସମ୍ମାନୀତ ଅତିଥି ଭାବେ ପ୍ରମୋଦ ଚନ୍ଦ୍ର ପାଢ଼ୀ , ବିଆର୍ର୍ସିସିସି କ୍ରିଷ୍ଟା ରାଓ, ରାମଶଙ୍କର ଗନ୍ତlୟତ, ଯୋଗ ଦେଇଥିଲେ। ଶୁଭଲକ୍ଷ୍ମୀ ଦାସ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ।