ହେଡଲାଇନସ୍:

ସାମାଜିକ ଅନୁଷ୍ଠାନ "ସେବା" ପକ୍ଷରୁ ରକ୍ତଦାନ ଶିବିର, ୫୩ ୟୁନିଟ ରକ୍ତ ସଂଗୃହୀତ I

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଜାତୀୟ ବୀର ସୁରେନ୍ଦ୍ର ସାଏ ଏବଂ ସୁବାସ ବୋଷ ଙ୍କ ପବିତ୍ର  ଜୟନ୍ତୀ ଅବସରରେ ସମ୍ବଲପୁର ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ "ସେବା" ପକ୍ଷରୁ ଏକ  ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ସ୍ଥାନୀୟ ରକ୍ତ ଭଣ୍ଡାର ଠାରେ "ସେବା" ଅନୁଷ୍ଠାନ ର ଅଧ୍ୟକ୍ଷ  ଅମର ତାଣ୍ଡିଆ ଙ୍କ ନେତୃତ୍ବରେ ଏହି ଶିବିରରେ ସମୁଦାୟ ୫୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା I ଏହି ରକ୍ତଦାନ ଶିବିର ରେ ପୂର୍ବତନ ଯୁବ ବିଜେଡ଼ି ରାଜ୍ୟ କାର୍ଯ୍ୟକାରୀ ସଭାପତି ସଂଜିତ ମହାନ୍ତି, ଜ଼ିଲ୍ଲା ବିଜେଡି ସଭାପତି ଲଷ୍ମୀ ପ୍ରସାଦ ମହାପାତ୍ର, ବିଜେଡି ରାଜ୍ୟ ସହ  ସମ୍ପାଦକ ଦିଲୀପ ଦୁରିଆ, "ସେବା" ର ଉପଦେଷ୍ଟା ଗୌରୀ ଶଙ୍କର ମିଶ୍ର, ବିଜେଡି ଯୁବ ନେତା ଅନୁଜ ଜେନା,  ଯୁବ ସମାଜସେବୀ ଶିଶିର ବହିଦାର, ସାମ୍ବାଦିକ ସରୋଜ ସାହୁ ପ୍ରମୁଖ ଅଥିତି ଭାବେ ଯୋଗଦାନ କରି ରକ୍ତଦାତା ମାନଙ୍କୁ ଉତ୍ସIହିତ  କରିଥିଲେ। ଶିବିର କୁ ଅରବିନ୍ଦ ମିଶ୍ର, ପ୍ରଶାନ୍ତ ମିଶ୍ର, ପ୍ରମୋଦ ସେଠ୍, ଶାନ୍ତନୁ ମିଶ୍ର, ଇନ୍ଦ୍ରଜିତ ବାରିକ, ସୁରେଶ ତାଣ୍ଡିଆ, ପ୍ରମୁଖ ଆୟୋଜନ ରେ ସକ୍ରିୟ ଭୂମିକା ନିର୍ଭାହ କରିଥିଲେ । ସମ୍ବଲପୁର ରକ୍ତ ଭଣ୍ଡାର ର ଟେକନିସିଆନ ଗୀତାଞ୍ଜଳି ହୋତା, ଦୀପିକା ଭୋଇ, ଆନନ୍ଦ ମେହେର, ପ୍ରତାପ ସାହୁ, ଓଁ ପ୍ରକାଶ ଖଣ୍ଡାୟତ ରକ୍ତ ସଂଗ୍ରହ କରିଥିଲେ I

       

0
0
0
s2sdefault