ହେଡଲାଇନସ୍:

ପରାକ୍ରମ ଦିବସ ଅବସରେ ରକ୍ତଦାନ ଶିବିର,ବୀର ସୁରେନ୍ଦ୍ର ଓ ନେତାଜୀ ସୁବାଷ ଙ୍କୁ ଶ୍ରଦ୍ଧାଞ୍ଜଳୀ I

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର,(ରମାକାନ୍ତ  ବିଶ୍ବାଳ)- ରେଢ଼ାଖୋଲ ଉପଖଣ୍ଡ ଚାରମାଲ  ଗ୍ରାମ ପଂଚାୟତ  ମେଶ୍ବପାଳି  କୃଷକ କ୍ଳବ ପରିସରରେ ବୀର ସୁରେନ୍ଦ୍ର ସାଏ  କୃଷକ କ୍ଳବ ମେଶ୍ବପାଳି  ଓ ସମ୍ବଲପୁର ସ୍ଥିତ ନେହେରୁ ଯୁବ କେନ୍ଦ୍ର  ପକ୍ଷରୁ ମିଳିତ  ଭାବରେ ନେତାଜୀ ସୁବାଷ ବୋଷ ଙ୍କ  ୧୨୫ତମ ଜନ୍ମ ଦିନ କୁ  ପରାକ୍ରମ ଦିବସ  ଓ ଜାତୀୟ ବୀର ସୁରେନ୍ଦ୍ର ସାଏ ଙ୍କ ଜନ୍ମ ଜୟନ୍ତୀ କୁ  ମହା ସମାରୋହ ରେ  ଦିବସ  ବ୍ୟାପୀ ପାଳନ କରାଯାଇଥିଲା Iଏହି  ଅବସରରେ କ୍ଳବ ସଭାପତି ଲକ୍ଷିଆ ପଧାନଙ୍କ  ସଭାପତିତ୍ୱ ରେ ଆଯୋଜିତ ଏହି ଉତ୍ସବ ରେ ରେଢ଼ାଖୋଲ ର ଏସ.ଡି.ପି.ଓ  ହାଡିବନ୍ଦୁ ସ୍ୱାଇଁ ମୁଖ୍ୟ ଅତିଥି ଓ କୁଟୁରାଚୁଆଁ କଲେଜ ର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଉଭୟ ମହାପୁରଷଙ୍କ ପରାକ୍ରମ କୁ ସ୍ମୃତି ଚାରଣ କରିଥିଲେ I ଉତ୍ସବରେ ଯୋଗ ଦେଇ ଥିବା ଶତାଧିକ ଯୁବକ ଓ ମହିଳା ଙ୍କୁ ସଡକ ସୁରକ୍ଷା ସମ୍ୱନ୍ଧୀୟ ଶପଥ ପାଠ କରାଯାଇଥିଲା I ଏହା ପରେ ଆଯୋଜିତ ରକ୍ତଦାନ ଶିବିର ରେ ଉପଖଣ୍ଡର ବିଭିନ୍ନ ଗ୍ରାମରୁ ଆସିଥିବା ୨୫ଜଣ ଯୁବକ ଓ ମହିଳା ସ୍ୱେଚ୍ଛାସେବୀ ରକ୍ତଦାନ କରିଥିଲେ I ଏହି  ଅବସରେ ଉଦଯାପନ ଉତ୍ସବରେ ସମସ୍ତ ରକ୍ତଦାତାଙ୍କ  ସମେତ ମୁଖ୍ୟ ବକ୍ତା ସୁବାଷ ଚନ୍ଦ୍ର ନାୟକ ଙ୍କୁ ଶତାଧିକରକ୍ତଦାନ  ଶିବିର ଓ ଅର୍ଦ୍ଧ ଶତାଧିକବାର ରକ୍ତଦାନ କରିଥିବାରୁ ଅନୁଷ୍ଠାନ ପକ୍ଷରୁ ସମ୍ୱର୍ଦ୍ଧିତ କରାଯାଇଥିଲ I ଶିବିରକୁ ନେହେରୁ ଯୁବ କେନ୍ଦ୍ରର ସ୍ୱେଚ୍ଛାସେବୀ ସରୋଜ ମେହେର ଓ ସତ୍ୟାନନ୍ଦ ସାହୁ ପରିଚାଳନା କରିଥିଲେ I  ଅନ୍ୟମାନଙ୍କ ମଧ୍ୟରେ ଚାରମାଲ ଥାନାଅଧକାରୀ ବସନ୍ତ ଦଳାଇ ,ସରପଞ୍ଚ ସୁପ୍ରଭା ପଧାନ ଓ ସ୍ଥାନୀୟ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖା ପରିଚାଳକ ଅମୂଲ୍ୟ ଛନ୍ଦ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ I ରେଢ଼ାଖୋଲ ର ରକ୍ତଭଣ୍ଡାର ର କର୍ମଚାରି ଇନ୍ଦ୍ରମଣୀ ବେହେରା,ଲକ୍ଷ୍ମଣ ସାହୁ,ମନୋରମା ଧଳ,ଜାମିନୀ ସାହୁ,ଓ ତ୍ରିପୁସରୀ ଗଛଡିଆ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ I ଶେଷରେ ରଞ୍ଜିତ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ I

 

0
0
0
s2sdefault