ହେଡଲାଇନସ୍:

ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରବଳ ବିରୋଧ ଓ ହଟ୍ଟଗୋଳ ଭିତରେ ଆରମ୍ଭ ହେଲା ଟିକାକରଣ କାର୍ଯ୍ୟକ୍ରମ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ଶନିବାର ଠାରୁ ବହୁ ପ୍ରତିକ୍ଷିତ  କରୋନା ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହାକୁ ନେଇ ଅନେକ ଉତ୍ସାହିତ ହୋଇଥିବା ବେଳେ ଅନେକ ସ୍ୱାସ୍ଥ୍ୟ  କର୍ମୀ ଏହାକୁ ବିରୋଧ କରି  ଟିକା ନେଇ ନଥିଲେ । ସମ୍ବଲପୁର ଜିଲ୍ଲା ସଦର ହସ୍ପିଟାଲ ରେ ଆଜି ପ୍ରଥମ ଦିନରେ ୧୦୦ ଜଣ ସ୍ୱାସ୍ଥ୍ୟ କର୍ମୀ ଙ୍କୁ ଟିକାଦାନ କରାଯାଇ ଜିଲ୍ଲା ରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । 

ସମ୍ବଲପୁର ରେ ଆରମ୍ଭ ହେଲା ବହୁ ପ୍ରତିକ୍ଷିତ କରୋନା ଟିକା ପ୍ରଦାନ କାର୍ଯ୍ୟକ୍ରମ । ପ୍ରଧାନମନ୍ତ୍ରୀ ଆନୁଷ୍ଠାନିକ ଭାବରେ ଦେଶରେ ଟିକା ପ୍ରଦାନ କାର୍ଯ୍ୟକ୍ରମ ଶୁଭାରମ୍ବ କରିବା ପରେ ସମ୍ବଲପୁର ଠାରେ ଜିଲ୍ଲା ସ୍ତରୀୟ କରୋନା ଟିକା ପ୍ରଦାନ କରାଯାଇଥିଲା ।ସମ୍ବଲପୁର ସଦର ହସ୍ପିଟାଲ ପରିସରରେ  ଆରଡିସି ନିରଞ୍ଜନ ସାହୁ , ଜିଲ୍ଲାପାଳ ସୁଭମ ସକସେନା ଙ୍କ ଉପସ୍ଥିତି ରେ ଏହାକୁ ଜିଲ୍ଲା ରେ ଶୁଭାରମ୍ଭ କରାଯାଇଥିଲା । ଜିଲ୍ଲା ରେ ଟିକାକରଣ ଆରମ୍ଭ ଅବସରରେ ପୋଲିସ ଆଇଜି ,ଏସପି ଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମଧ୍ଯ ଉପସ୍ଥିତ ରହିଥିଲେ । ତେବେ ସମ୍ବଲପୁର ଜିଲ୍ଲା ରେ ପ୍ରଥମ କରି ସଦର ହସ୍ପିଟାଲ ରେ କାର୍ଯ୍ୟ କରୁଥିବା ଜଣେ ଅସ୍ଥାୟୀ ସ୍ୱାସ୍ଥ୍ୟ କର୍ମୀ ପ୍ରହଲ୍ଲାଦ  ସୁନା କୁ ପ୍ରଥମ କରି ଟିକା ଦିଆଯାଇଥିଲା ।  ପରେ ପରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ସମେତ ଅନ୍ୟ  ଆଗଧାଡିର ସ୍ୱାସ୍ଥ୍ୟ କର୍ମୀ ଙ୍କୁ ଟିକା ଦିଆଯାଇଥିଲା 

ଅପରପକ୍ଷରେ  ସମ୍ବଲପୁର ଜିଲ୍ଲା ରେ ଆଜି ଠାରୁ ଆରମ୍ଭ ହୋଇଥିବା ଟିକାକରଣ ରେ ଜିଲ୍ଲା ର ବହୁ ସ୍ୱାସ୍ଥ୍ୟ କର୍ମୀ ଏହାକୁ ବିରୋଧ କରିଥିଲେ । ଜିଲ୍ଲା ର ପୁରୁଷ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ସଂଘ , ସମ୍ବଲପୁର ଜିଲ୍ଲା  ପୁରୁଷ ମହିଳା ସ୍ୱାସ୍ଥ୍ୟ କର୍ମୀ ସୁପରଭାଇଜର ସଂଘ କାର୍ଯ୍ୟକର୍ତ୍ତା ମାନେ କଳାବ୍ୟାଚ ପରିଧାନକରି ଟିକା ନ ନେଇ ବିରୋଧ କରିଥିଲେ । ସେମାନଙ୍କ ଅଭିଯୋଗ ହେଳା ଯେ ସରକାର ସେମାନଙ୍କ ପଦୋନ୍ନତି ସହ ସେମାନଙ୍କ ଦରମା ବୁଦ୍ଧି ପାଇଁ ପଦକ୍ଷେପ ନେଉନାହାନ୍ତି । ତେଣୁ ସେମାନେ ନିଜେ ଟିକାକରଣ ସେ ନିଜ ଟିକା ନ ନେଇ ବିରୋଧ ପଦର୍ଶନ କରିଥିଲେ ।

 ବହୁ ପ୍ରତିକ୍ଷିତ ଟିକାକରଣ ଅଭିଯାନ  ସମ୍ବଲପୁର ଜିଲ୍ଲା ରେ ଆଜିଠାରୁ  ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୦ ଦିନ ଯାଏ ପ୍ରତିଦିନ ୭୦୦ ଜଣଙ୍କୁ ଟିକା ଦେବାର ଯୋଜନା ରହିଛି ।

     

0
0
0
s2sdefault