ହେଡଲାଇନସ୍:

ମାଙ୍କଡା ପଥର କଟା ଓ ଚୋରା ଚାଲାଣ ଜାରି, ୪୦୭ ଜବତ୍ ଏବଂ ଜଣେ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୨୨।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୋମଣ୍ଡ ନିକଟରୁ ଓଡ଼ଗାଁ ପୋଲିସ ରବିବାର ପୂର୍ବାହ୍ନରେ ପାଟ୍ରୋଲିଂ କରୁଥିବା ସମୟରେ ଓଆର ୨୫ ସି ୪୮୮୮ ନମ୍ବର ବିଶିଷ୍ଟ ଗୋଟିଏ
ବେଆଇନ ମାଙ୍କଡା ପଥର ବୋଝେଇ ମିନି ଟ୍ରକ (୪୦୭)କୁ ଜବତ୍ କରିବା ସହିତ କ୍ଷୁଦ୍ର ଖଣିଜ ଦ୍ରବ୍ୟ ବେଆଇନ ଚାଲାଣ ଅଭିଯୋଗରେ ଓଡ଼ଗାଁ ଥାନାରେ ଏକ ମାମଲା ରୁଜୁ କରି ଜଣକୁ ଗିରଫ କରିଥିଲେ । ଗିରଫ ଅଭିଯୁକ୍ତ ଜଣକ କୋମଣ୍ଡ ଗ୍ରାମର ଗାଡ଼ି ଚାଳକ ପ୍ରତାପ କୁମାର ସେଠୀ । ପରେ ଗିରଫ ଅଭିଯୁକ୍ତକୁ ଜାମିନରେ ଛଡ଼ାଯାଇଥିବା ବେଳେ ଓଡ଼ଗାଁ ପୋଲିସ ଏନେଇ ତଦନ୍ତ ଜାରି ରଖିଛି । ସୂଚନା ଥାଉକି ଚଳିତ ମାସ ୧୧ ତାରିଖରେ ଖଣି ବିଭାଗ କୋମଣ୍ଡ ନିକଟ ଭଗବତୀ ପ୍ରସାଦ ପଥର ଖଣିରେ ଚଢ଼ାଉ କରିଥିଲା ବେଳେ ପଥରକଟାରେ ବ୍ୟବହୃତ ବ୍ୟବହୃତ ସମସ୍ତ ଯନ୍ତ୍ରାଂଶ ସହିତ ପରିବହନ ପାଇଁ ଥିବା ଟ୍ରକ ଗୁଡିକ ଘଟଣା ସ୍ଥଳରୁ ଖସି ଯାଇଥିଲେ । କେବଳ ଗୋଟିଏ ଟ୍ରାକ୍ଟରକୁ ସେଠାରୁ ଜବତ କରି ଖଣି ବିଭାଗ ଏବେ ଚୁପ୍ ହୋଇ ବସି ରହିଥିବା ବେଳେ ଖଣି ବିଭାଗ ହାତୀ ଧରିବାକୁ ଯାଇ ମୂଷା ଧରି ଚୁପ୍ ବସିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଅନ୍ୟ ପକ୍ଷରେ ଓଡ଼ଗାଁ ପୋଲିସ ପଥର ମାଫିଆଙ୍କ ଉପରେ ନଜରରଖି ଚୋରା ମାଙ୍କଡ଼ା ପଥର ବୋଝେଇ ଗୋଟିଏ ପରେ ଗୋଟିଏ ଗାଡ଼ିକୁ ଜବତ କରି ମାମଲା ସଂଖ୍ୟା ବଢ଼ାଇ ଚାଲିଛନ୍ତି । ହେଲେ ବେଆଇନ ମାଙ୍କଡ଼ା ଖଣିରୁ ନିୟମିତ ପଥର କଟା ଓ ଚାଲାଣ ପୂର୍ବପରି ଲାଗି ରହିଥିବା ଜଣାପଡ଼ିଛି ।

0
0
0
s2sdefault