ହେଡଲାଇନସ୍:

ଛତିଶଗଡ଼ରେ ଓଡ଼ିଶା ଶିଳ୍ପୀ ସମ୍ବଦ୍ଧିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୨୨।୨(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ିଶା ରାଜ୍ୟର ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ତଥା ଏନ୍ଏସିର ଅଧିବାସୀ ମନ୍ଦିର ଶିଳ୍ପୀ କୃଷ୍ଣ ଚନ୍ଦ୍ର ବରାଡଙ୍କୁ ଛତିଶଗଡ଼ ରାଜ୍ୟର ରାୟଗଡ ଠାରେ ସମ୍ବଦ୍ଧିତ କରାଯାଇଛି । ଓଡ଼ିଶାର ମନ୍ଦିର କଳା ସଂସ୍କୃତି ଆଧାରରେ ଶ୍ରୀ ବରାଡ ସେଠାରେ ଅଷ୍ଟ ମହାଲକ୍ଷ୍ମୀ ମନ୍ଦିରକୁ ନିଖୁଣ ଭାବରେ ଗଢି ତୋଳିଥିବାରୁ ତାଙ୍କୁ ମାନପ‌ତ୍ର ଓ ଉପଢୌକନ ଦେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ସମ୍ବର୍ଦ୍ଧିତ କରିଛନ୍ତି। ଏଠାରୁ ୭୦ କିମି ଦୂର ଛତିଶଗଡ଼ ରାଜ୍ୟର ରାୟଗଡ ଅଞ୍ଚଳର ପଣ୍ଡିରିକାନି ଠାରେ ଶିଳ୍ପୀ କୃଷ୍ଣ ଚନ୍ଦ୍ର ବରାଡ ନିଖୁଣ ଭାବରେ ମନ୍ଦିରର କାରୁକାର୍ଯ୍ୟ ଓ ସୁନ୍ଦର ଭାବରେ ମନ୍ଦିର ନିର୍ମାଣ କରିଥିଲେ । ମହାଶିବରାତ୍ରି ରେ ଉକ୍ତ ଅଷ୍ଟ ମହାଲକ୍ଷ୍ମୀ ମନ୍ଦିର ଉଦଘାଟନ ସମଯରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ଦିରର ଉଦଘାଟନ କରିଥିଲେ । ଏବଂ ଏହି ଅବସରରେ ଓଡ଼ଗାଁର ମନ୍ଦିର ଶିଳ୍ପୀ କୃଷ୍ଣ ଚନ୍ଦ୍ର ବରାଡଙ୍କୁ ସ୍ବତନ୍ତ୍ର ଭାବେ ସମ୍ମାନିତ କରିଥିଲେ । ଶ୍ରୀ ବରାଡ ଭାରତ ବର୍ଷର ମୁମ୍ବାଇ ଓ ଦିଲ୍ଲୀ ଭଳି ବଡ଼ବଡ଼ ବିଭିନ୍ନ ସହର ମାନଙ୍କରେ କାରୁକାର୍ଯ୍ୟ ପୂର୍ଣ୍ଣ ସୁନ୍ଦର ମନ୍ଦିର ନିର୍ମାଣ କରିଥିବା ବେଳେ ସେ ଝାରସୁଗୁଡ଼ା ଜିଲ୍ଲାରେ ୭ରୁ ଉର୍ଦ୍ଧ୍ବ ମନ୍ଦିର ନିର୍ମାଣ କରି ବେଶ୍ ସୁନାମ ଅର୍ଜନ କରିଛନ୍ତି।

0
0
0
s2sdefault