ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଉତ୍କଳ ସମ୍ମିଳନୀ ସମାଜ ସଭାଗୃହରେ ସିଦ୍ଧାନ୍ତ ସାହିତ୍ୟ ଅନୁଷ୍ଠାନ, ପାରଳାଖେମୁଣ୍ଡି ଆନୁକୁଲ୍ୟରେ କବି ଗୌରହରି କରସୁଧା ପଟ୍ଟନାୟକଙ୍କ ଦୁଇଟି କବିତା ସଙ୍କଳନ " ଜୀବନର ଜଳଛବି" ଓ " ପ୍ରତିବିମ୍ବ" ଉନ୍ମୋଚନ ହୋଇଯାଇଛି।
ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ସଂଯାଜନା ରେ ମୁଖ୍ୟ ଅତିଥି ଭାବେ ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ସମୀକ୍ଷକ ଭାବେ ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପିକା ଡ.କଲ୍ୟାଣୀ ମିଶ୍ର , ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ର ଶ୍ରୀମତୀ ଗୀତାଞ୍ଜଳୀ ଦାଶ , କବିଙ୍କ ଧର୍ମ ପତ୍ନୀ ଗୀତାରାଣୀ ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ରହି କବିଙ୍କର ସ୍ଵରଚିତ କବିତାର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ।
ପରେ ପରେ କବି ଗୌରହରି କରସୁଧା ପଟ୍ଟନାୟକ ଙ୍କ ଦୁଇ ଟି କବିତା ସଙ୍କଳନ "ଜୀବନର ଜଳ ଛବି", "ପ୍ରତିବିମ୍ବ" ଉନ୍ମୋଚିତ ହୋଇଥିଲା।
ଏହି ଲୋକାର୍ପଣ ମହୋତ୍ସବରେ ସ୍ନିଗ୍ଧା ପଟ୍ଟନାୟକ , ଅମିତା ପଟ୍ଟନାୟକ ଯୋଗଦେଇ ଆଧୁନିକ କବିତାର ରୂପରେଖ ସହ ସାଂପ୍ରତିକ ସୃଷ୍ଟି "ଜୀବନର ଜଳଛବି" ଓ" ପ୍ରତିବିମ୍ବ" ଉପରେ ପ୍ରାଞ୍ଜଳ ଭାବେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ କବିଙ୍କ ଝିଅ ସ୍ନିଗ୍ଧା ପଟ୍ଟନାୟକ ସ୍ଵାଗତ ସମ୍ଭାଷଣ ଦେଇଥିବା ବେଳେ ଆଶାଲତା ପଣ୍ଡା ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଅଧ୍ୟାପିକା ଅଞ୍ଜନା ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ଶଶିଭୂଷଣ ପଟ୍ଟନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ କବିଙ୍କ ପରିବାର ବର୍ଗ ଓ ସହିତ୍ୟାନୁରାଗୀ ବନ୍ଧୁମାନେ ବହୁ ସଂଖ୍ୟାରେ ଯୋଗ ଦେଇ ଥିଲେ।
ରାଜ୍ୟ
କବି ଗୌରହରି କରସୁଧା ପଟ୍ଟନାୟକ ଙ୍କ ଦୁଇ ଟି କବିତା ସଙ୍କଳନ "ଜୀବନର ଜଳ ଛବି", "ପ୍ରତିବିମ୍ବ" ଉନ୍ମୋଚିତ
- Hits: 35








