ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ଜିଲ୍ଲା ସଦରମହକୁମାରେ ଭେଷଜ ମେଡିକାଲ କଲେଜ ନିର୍ମାଣ ପାଇଁ ଜିଲ୍ଲାବାସୀ ଆଶା ରଖିଥିଲେ । ସେ ଆଶାକୁ ଆଜି ରାଜ୍ୟ ସରକାର ଧୂଳିସାତ କରି ଦେଇଛନ୍ତି । ନୟାଗଡ଼ ଜିଲ୍ଲା ପାଇଁ ହୋମିଓପାଥି ମେଡିକାଲ କଲେଜ ଘୋଷଣା କରାଯିବା ପରେ ଏହାକୁ ନେଇ ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଆଜି ଜୟ ନୟାଗଡ଼ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାବାସୀଙ୍କ ଦାବିକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇ ତୁରନ୍ତ ନୟାଗଡ଼ ସଦରମହକୁମାରେ ଭେଜଜ ମେଡିକାଲ କଲେଜ ସ୍ଥାପନ ପାଇଁ ଘୋଷଣା କରନ୍ତୁ ବୋଲି ଦାବି କରାଯାଇଛି । ରାଜ୍ୟ ସରକାର ହୋମିଓପାଥି ମେଡିକାଲ କଲେଜ ଘୋଷଣା କରି ନୟାଗଡ଼ ବାସୀଙ୍କ ସହ ଛଳନା କରୁଛନ୍ତି ବୋଲି ମତ ପ୍ରକାଶ ପାଇଛି । ଜୟ ନୟାଗଡ଼ ଫାଉଣ୍ଡେସନ୍ ପ୍ରତିଷ୍ଠାତା ଶେଖ୍ ଅବଦୁଲ୍ ଆହାଦ, ଆସନ୍ତା ୨୪ ତାରିଖ ମଙ୍ଗଳବାର ନୟାଗଡ଼ ବଜାର ବନ୍ଦ ଡାକରା ଦେଇଛନ୍ତି । ନୟାଗଡ଼ ବଜାର ବନ୍ଦ କରାଯାଇ ବିକ୍ଷୋଭ ପଦର୍ଶନ କରିବାକୁ ସୂଚନା ଦେଇଛନ୍ତି । ଏଥିପାଇଁ ନୟାଗଡ଼ ବାସୀଙ୍କ ସମର୍ଥନ ଲୋଡ଼ିଛନ୍ତି । ୨୪ ତାରିଖ ସକାଳ ୬ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ, ବ୍ୟାଙ୍କ ଓ ବେସରକାରୀ ଅନୁଷ୍ଠାନ ବନ୍ଦ କରିବାକୁ ଆହ୍ୱାନ ଦେଇଛନ୍ତି । ଛାତ୍ରଛାତ୍ରୀଙ୍କ ପରୀକ୍ଷା ଚାଲିଥିବାରୁ ଗାଡ଼ି ମୋଟର ଚଳାଚଳ ଉପରେ କଟକଣା କରାଯିବ ନାହିଁ ବୋଲି କହିଛନ୍ତି । ଏହା ସହିତ ଉକ୍ତ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ତଥା ପ୍ରତିବାଦ ସଭା କରାଯିବ ବୋଲି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି । ନୟାଗଡ଼ ଜିଲ୍ଲା ସଦରମହକୁମାରେ ମେଡିକାଲ କଲେଜ ପାଇଁ ବିଭିନ୍ନ ବ୍ଲକ ବାସୀ ମଧ୍ୟ ସମର୍ଥନ କରୁଥିଲେ । ସରକାର ଆଜି ହୋମିଓପାଥିକ ମେଡିକାଲ କଲେଜ ଘୋଷଣା କରିବା ପରେ ଭେଷଜ ମେଡିକାଲ କଲେଜ ଆଶା ମଉଳି ଯାଇଛି । ଆଜିର ସାମ୍ବାଦିକ ସମ୍ମିଳନୀରେ ଜୟ ନୟାଗଡ଼ ଫାଉଣ୍ଡେସନ୍ ସଦସ୍ୟ ମନୋଜ କୁମାର ସାହୁ, ଶ୍ରୀଧର ପ୍ରଧାନ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସାମ୍ବାଦିକ ଭବନ ସଭାପତି ବୈଦ୍ୟଭୂଷଣ ମହାପାତ୍ର, ସଂଗଠନର ସଂଯୋଜକ ଅମ୍ଳାନ ଅଂଶୁମାନ ସାହୁ, ଜୀବନ ଜ୍ୟୋତିପ୍ରକାଶ ରାଉତ, ଅରବିନ୍ଦ ପାଢ଼ୀ, ରାକେଶ କୁମାର ସିଠ, ଅବଦୁଲ ଆଜିମ ଖାନ, ଓଁ ପ୍ରକାଶ ବିଶ୍ୱାଳ, ଦୀପଙ୍କର ପ୍ରଧାନ, ଲୋକେଶ କୁମାର ବେହେରା ପ୍ରମୂଖ ଉପସ୍ଥିତ ରହିଥିଲେ ।
ରାଜ୍ୟ
ମେଡିକାଲ କଲେଜ ସ୍ଥାପନ ଦାବି: ୨୪ରେ ନୟାଗଡ଼ ବଜାର ବନ୍ଦ
- Hits: 45








