ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନିଷ୍ଠା ପରିବାର ସମ୍ବର୍ଦ୍ଧିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବରଗଡ଼ :- ନରସିଂହ ବିଶି କଳା ମଣ୍ଡପ ଲୋକାର୍ପଣ ଉତ୍ସବ ଅବସରରେ ପୁରାତନ ଛାତ୍ର ସଂସଦ, ଟାଉନ ହାଇସ୍କୁଲ,ବରଗଡ ଦ୍ବାରା ସମାଜସେବା କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ପାଇଁ ବରଗଡ଼ ଜିଲ୍ଲାର ପୁରପଲ୍ଲୀ ରେ ପରିଚିତ ନିଷ୍ଠା ପରିବାର କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ  ନିଷ୍ଠା ପରିବାର ର ଉପଦେଷ୍ଟା ବିଦ୍ୟାଧର ଭୋଇ, ସଂପାଦକ ଅଶ୍ବିନୀ ତ୍ରିପାଠୀ,ପ୍ରୋଜେକ୍ଟ ଡାଇରେକ୍ଟର ଚିତ୍ରସେନ ପ୍ରଧାନ ଓ ମିଡିଆ କୋର୍ଡିନେଟର  ସ୍ବସ୍ତିକ ଦାଶ ଉପସ୍ଥିତ ଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିଷ୍ଠା ପରିବାର ଦ୍ୱାରା କରାଯାଇଥିବା ସମାଜସେବା ବାବଦରେ ସମସ୍ତ ଅବଗତ । ରକ୍ତଦାନ , ଖାଦ୍ୟ ବଣ୍ଟନ , ରୋଗୀସେବା,ହେଉକି କୋରୋନା ସଂକ୍ରମିତ ରୋଗୀର ମୃତ୍ୟୁ ପରେ ତାଙ୍କର ସଂସ୍କାର ସବୁଥିରେ ଆଗରେ ଥିଲା ନିଷ୍ଠା ପରିବାର ।ଆଜି ପ୍ରଦାନ କରାଯାଇଥିବା ଏହି ସମ୍ମାନ ପାଇଁ  ଆୟୋଜକମାନଙ୍କୁ ନିଷ୍ଠା ପରିବାର ତରଫରୁ ଅନେକ ଅନେକ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।

ଏହି ସମ୍ମାନ ନିଷ୍ଠା ପରିବାର କୁ ଉତ୍ସାହ ଓ ପ୍ରେରଣା ଯୋଗାଇବାରେ ସହାୟକ ହେବ ବୋଲି ସମ୍ପାଦକ ଅଶ୍ୱିନୀ ତ୍ରିପାଠୀ କହିଛନ୍ତି ।

0
0
0
s2sdefault