କଳା କୃଷି ଆଇନକୁ ବିରୋଧ କରି ଦେଶରେ ସହିଦ ହୋଇଥିବା ୬୦ରୁ ଉର୍ଦ୍ଧ କୃଷକଙ୍କୁ ଶ୍ରଦ୍ଧାଞ୍ଜଳି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ନିକଟରେ  ମୋଦୀ ସରକାରଙ୍କ ଦେଶରେ ଆଣିଥିବା କୃଷକ ଭାଇ ମାନଙ୍କ ପାଇଁ ଯେଉଁ କଳା କୃଷି ଆଇନକୁ ବିରୋଧ କରି ଦେଶରେ ସହିଦ ହୋଇଥିବା ୬୦ରୁ ଉର୍ଦ୍ଧ କୃଷକ ଭାଇଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି କଂଗ୍ରେସ ଦଳ ପକ୍ଷରୁ। ଏହି ଅବସରରେ କଂଗ୍ରେସ କାର୍ଯ୍ୟାଳୟ ନିକଟରେ କେଣ୍ଡେଲ ଲଗାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ନଗର କଂଗ୍ରେସ ପକ୍ଷରୁ ବସନ୍ତ ପଣ୍ଡା , ଗୈତମ ପଣ୍ଡା , ରାଜା ପାତ୍ର , ବେର୍ନିକ ଗମାଙ୍ଗ , ରିଙ୍କୁ ପାଣି , ସମୀର  ମହାରଣା , ତପନ ପାଇକ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର ଙ୍କ ନେତୃତ୍ବରେ ପରିଚାଳନା କରାଯାଇଥିଲା।

0
0
0
s2sdefault