ରମାକାନ୍ତ ବିଶ୍ବାଳ/ ସମ୍ବଲପୁର- ରାଜ୍ୟର ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବିକରି ସାରା ରାଜ୍ୟରେ ବିଜେପି କରୁଛି ଥାନା ଘେରାଉ । ଏନେଇ ସମ୍ବଲପୁର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଟାଉନଥାନା ସମ୍ମୁଖରେ ଆଜି ବିକ୍ଷୋଭ ପଦର୍ଶନ କରାଯାଇଛି ।
ରାଜ୍ୟ ର ବହୁ ଚର୍ଚ୍ଚିତ ମାହାଙ୍ଗା ବିଜେପି ନେତା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନା ଙ୍କ ବହିଷ୍କାର ଓ ସମସ୍ତ ଦୋଷୀ ଙ୍କୁ ଗିରଫ ଦାବିରେ ଏହି ବିକ୍ଷୋଭ ପଦର୍ଶନ କରାଯାଇଛି । ଆଜି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିସ ଆଚାର୍ଯ୍ୟ ଙ୍କ ନେତୃତ୍ଵରେ ହୋଇଥିବା ବିକ୍ଷୋଭ ରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲୀ ବିଧାୟକ ନାଉରି ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ । ଟାଉନଥାନା ଆଗରେ ବିକ୍ଷୋଭ କରାଯିବା ପରେ ଆଇନମନ୍ତ୍ରୀ ପ୍ରତାପ ଜେନା ଙ୍କ ପୁଷପୁତ୍ତଲିକା ଦାହ କରାଯାଇଥିଲା ।