ଯୋଗେନ୍ଦ୍ରନାଥପୁର ନାବାଳିକା ହତ୍ୟାକାଣ୍ଡ
ବରଗଡ :- ଗତକାଲି ବରଗଡ଼ ଜିଲ୍ଲାର ପାଇକମାଲ ବ୍ଲକ ଯୋଗେନ୍ଦ୍ରନାଥପୁର ଗ୍ରାମରେ ଘଟିଥିବା ନାବାଳିକା ର ବିଭତ୍ସ ହତ୍ୟାକାଣ୍ଡ କୁ ନେଇ ରାଜନୀତିକ ଦଳ କଂଗ୍ରସ ତରଫରୁ ଆଜି ଓଡିଶା ସରକାରଙ୍କ ପୂର୍ବତନ ମୁଖ୍ୟ ସଚେତକ ତଥା ପୂର୍ବତନ ବିଧାୟକ ଶ୍ରୀ ସତ୍ୟ ଭୂଷଣ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ କୁ ଚେତାବନୀ ଦେଇଛନ୍ତି ଯେ ଆସନ୍ତା ଅଠଚାଳିଶ ଘଣ୍ଟା ଭିତରେ କୁନି ଝିଅର ହତ୍ୟାକାରୀ ଧରା ନ ପଡିଲେ କଂଗ୍ରେସ ଜୋରଦାର ଆନ୍ଦୋଳନ କରିବ । ଏଠାରେ ସୂଚନାଯୋଗ୍ୟ ଯେ ଆଜି ସକାଳେ ଶ୍ରୀ ସାହୁ ସ୍ଥାନୟ କଂଗ୍ରେସ ପ୍ରତିନିଧି ମାନଙ୍କର ସହିତ ଯୋଗେନ୍ଦ୍ରନାଥପୁର କୁ ଯାଇ ପୀଡିତ ପରିବାର କୁ ଭେଟିବା ସହିତ ସମବେଦନା ଜଣାଇଥିଲେ । ଏହାପରେ ପାଇକମାଲ ରେ ଏକ ସାମ୍ବାଦିକ ସମ୍ମିଳନୀ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ନିର୍ଧୁମ ବର୍ଷିଥିଲେ । କୁନି ଝିଅର ପରିବାରକୁ ତୁରନ୍ତ ଦଶ ଲକ୍ଷ ଟଙ୍କାର କ୍ଷତିପୂରଣ ସହିତ ଝିଅର ସାନ ଭାଇ ର ସମସ୍ତ ପାଠପଢା ଖର୍ଚ୍ଚ ସରକାର ବହନ କରନ୍ତୁ ବୋଲି ଶ୍ରୀ ସାହୁ କହିଛନ୍ତି ।