ହେଡଲାଇନସ୍:

ବୀରମହାରାଜପୁର ରକ୍ତଭଣ୍ଡାର କାର୍ଯ୍ୟକ୍ଷମ କରିବାକୁ ଦାବି କଲା "ସିୟା"  ପରିବାର । 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର   ଉପଖଣ୍ଡର ଡାକ୍ତରଖାନା ପରିସରରେ ନିର୍ମାଣ ହୋଇଥିବା ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ ନହେବାରୁ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।  ଏହି ରକ୍ତ ସଂରକ୍ଷଣ କେନ୍ଦ୍ରକୁ ଖୁବ୍ ଶୀଘ୍ର ଚାଲୁ କରିବା ପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନ "ସିୟା "ପରିବାର ପକ୍ଷରୁ ସମ୍ପାଦକ ସୁଦାମ ଗାଇଗରିଆ ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀଙ୍କ ଠାରେ ଲିଖିତ ଆକାରରେ ଦାବିପତ୍ର  ଉପସ୍ଥାପନ କରିଛନ୍ତି । ଦାବିପତ୍ରର ନକଲ ସ୍ଥାନୀୟ ବିଧାୟକ, ସାଂସଦ ଓ ଜିଲ୍ଲାପାଳଙ୍କ ନିକଟକୁ ମଧ୍ଯ ପ୍ରେରଣା କରାଯାଇଛି । ଆଜିକୁ ଦୀର୍ଘ ୨୦ ବର୍ଷ ହେଲା ଏହି ରକ୍ତଭଣ୍ଡାର ନିର୍ମାଣ  ହୋଇଥିଲାବେଳେ ସମ୍ପୁର୍ଣ୍ଣ ବେଳକୁ ୮ ବର୍ଷ ବିତିଯାଇଥିଲା । ସରକାରୀ ଅଧିକାରୀଙ୍କ ମନବୃତ୍ତି ଯୋଗୁଁ ରକ୍ତ ସଂରକ୍ଷଣ କେନ୍ଦ୍ର ଅକାମୀ ହୋଇ ପଡିଥିବାରୁ ରୋଗୀ ମାନେ ବାଧ୍ଯ ହୋଇ ଅଧିକ ଟଙ୍କା ଖର୍ଚ୍ଚ କରି ସୋନପୁର, ରେଢ଼ାଖୋଲ, ବୌଦ୍ଧ, ବୁର୍ଲା ଆଦି ବିଭିନ୍ନ ଡାକ୍ତରଖାନାକୁ ଯାଉଛନ୍ତି ।  ବୀରମହାରାଜପୁରରେ ବିଭିନ୍ନ ରକ୍ତଦାତା ସଂଗଠନ ବହୁ ସମୟରେ ରକ୍ତଦାନ ଶିବିର ଆୟୋଜନ କରୁଥିଲେ ହେଁ ସେମାନଙ୍କୁ ମଧ୍ଯ ଏଥିପାଇଁ ଅନ୍ୟ ଡାକ୍ତରଖାନା ଉପରେ ନିର୍ଭର କରିବାକୁ ପଡିଥାଏ । ଏଣୁ ଶିଘ୍ର ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ଜିଲ୍ଲା ପ୍ରଶାସନ ବିହିତ ପଦକ୍ଷେପ ନେବାକୁ "ସିୟା "ପରିବାର ପକ୍ଷରୁ ଦାବି ହେଉଛି ।

0
0
0
s2sdefault