ଭୁବନେଶ୍ୱର (ଶାସକ ପ୍ରଶାସକ) : ପୁରୀ ଓ ଯାଜପୁରରେ ମେଡିକାଲ୍ କଲେଜ ପ୍ରତିଷ୍ଠା ପାଇଁ କ୍ୟାବିନେଟ୍ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପୁରୀରେ ୨୨୪.୫୫ କୋଟି ଟଙ୍କା ବ୍ୟୟରେ ୬୫୦ ସିଟ୍ ବିଶିଷ୍ଟ ମେଡିକାଲ୍ କଲେଜ ଏବଂ ଯାଜପୁରରେ ୪୨୬ .୫୧ କୋଟି ଟଙ୍କା ଖର୍ଚ୍ଚରେ ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲ୍ କଲେଜ ଓ ୫୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପ୍ରତିଷ୍ଠା ହେବ । ଏଲ ଆଣ୍ଡ ଟି ସଂସ୍ଥାକୁ ଏହାର ନିର୍ମାଣ ଦାୟିତ୍ୱ ଦିଆଯାଇଛି । ଏହାର ନିର୍ମାଣ କାର୍ଯ୍ୟ ଏଲ ଆଣ୍ଡ ଟି ସଂସ୍ଥାକୁ ଦିଆଯାଇଥିବା ବେଳେ ଉଭୟ ମେଡିକାଲ୍ କଲେଜ ଓ ଭିତ୍ତିିଭୂମି ନିର୍ମାଣ କାର୍ଯ୍ୟ ୩ ବର୍ଷ ମଧ୍ୟରେ ପୂର୍ଣ୍ଣାଙ୍ଗ ହେବ |
ରାଜ୍ୟ
ପୁରୀ ଓ ଯାଜପୁରରେ ମେଡିକାଲ୍ କଲେଜ
- Hits: 278