ପଦ୍ମପୁର : ରାଇଜିଙ୍ଗ ଷ୍ଟ୍ରାର କ୍ରିକେଟ କ୍କବ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ୨୬ତମ ଛିନ୍ଦେଇକେଲା କପ ଆସନ୍ତା ୨୪ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ରାଇଜିଙ୍ଗ ଷ୍ଟ୍ରାର କ୍ରିକେଟ କ୍ଲବ ସଭାପତି ଶ୍ରୀ ଆନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ସଂପର୍କରେ ନିଷ୍ପତ୍ତି ନିଆଯାଇଛି । କୋଭିଡ - ୧୯ର ଭୟାବହ ତାକୁ ଦୃଷ୍ଟିରେ ରଖି ଏ ବର୍ଷ ସର୍ବ ଭାରତୀୟ ସ୍ତରରେ ନ କରି ଆଞ୍ଚଳିକ ଦଳ ମାନଙ୍କୁ ନେଇ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ । ପ୍ରଥମ ଓ ଦ୍ବିତୀୟ ପୁରସ୍କାର ଯଥା କ୍ରମେ ଟ ୨୫,୦୦୦ ଓ ୨୦,୦୦୦ ରଖାଯିବ । ଫାଇନାଲ ଖେଳ ୩୦ ଡିସେମ୍ବର ରେ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ବରଗଡ଼, ବଲାଙ୍ଗୀର, କଣ୍ଟାବାଞ୍ଜି, ପଦ୍ମପୁର, ଖପ୍ରାଖୋଲ, ବାଗବହରା, ଦୁର୍ଗ, ଛିନ୍ଦେଇକେଲା ଆଦି ଦଳ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ସମସ୍ତ ମ୍ଯାଚ କୋଭିଡ - ୧୯ ର ଗାଇଡ ଲାଇନ୍ ଅନୁସାରେ ଖେଳାଯିବ ବୋଲି କ୍କବର ବରିଷ୍ଠ ସଦସ୍ୟ ପତିତପାବନ ସାହୁଙ୍କ ଠାରୁ ପ୍ରକାଶ । ଉକ୍ତ ବୈଠକରେ ପ୍ରଶାନ୍ତ କୁମାର ସାହୁ, ରୋହିତ ସାହୁ, ପତିତପାବନ ସାହୁ, ପ୍ରମୋଦ ସାହୁ, ଗଜିନ୍ଦ୍ର ବରିହା, ରାମ କିସନ ହଂସ, ନରେଶ ସାହୁ, ନିରାକାର ରଣା ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟ
୨୪ ଡିସେମ୍ବରରୁ ଛିନ୍ଦେଇକେଲା କପ
- Hits: 331