ହେଡଲାଇନସ୍:

ଏମ୍ଏନଜୀଏଲର  ୧୦୦ତମ ସିଏନଜି ଷ୍ଟେସନ ରାଷ୍ଟ୍ର ଉଦ୍ଦେଶ୍ୟରେ  ଉତ୍ସର୍ଗୀକୃତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆଗାମୀ ଦିନରେ ୧୦ ହଜାର ସିଏନଜି ଷ୍ଟେସନ ପ୍ରତିଷ୍ଠା ସହ ୫ କୋଟି ପିଏନଜି ସଂଯୋଗ ଲକ୍ଷ୍ୟ - ଧର୍ମେନ୍ଦ୍ର ପ୍ରଧାନ

 ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ସିଜିଡି ସଂସ୍ଥା ଏବଂ ତୈଳ କମ୍ପାନୀଙ୍କୁ ଅଧିକ ପରିଶ୍ରମ କରିବାକୁ ଆହ୍ୱାନ

 ମହାରାଷ୍ଟ୍ର ନାସିକର ପାଥରାଡ଼ି ଠାରେ ଏଲଏନଜି/ସିଏନଜିର କାର୍ଯ୍ୟ ମଧ୍ୟ ଶୁଭାରମ୍ଭ

 ଆମର ଉର୍ଜା ବ୍ୟବହାର ରୋଡମ୍ୟାପ୍ ଆତ୍ମନିର୍ଭର ହେବ ଏବଂ ବଡ ଆକାରରେ ରୋଜଗାର ପ୍ରଦାନ କରିବ

 ପ୍ରାକୃତିକ ଗ୍ୟାସର ବ୍ୟବହାର ପାଇଁ ସିଜିଡ଼ି କ୍ଷେତ୍ର ପ୍ରମୁଖ ଶିଳ୍ପ ଭାବରେ ଉଭା ହୋଇଛି

ନୂଆଦିଲ୍ଲୀ/ଭୁବନେଶ୍ୱର, – ଆଗାମୀ ୫ ରୁ ୭ ବର୍ଷ ମଧ୍ୟରେ ଦେଶରେ ୧୦ ହଜାର ସିଏନଜି ଷ୍ଟେସନ ପ୍ରତିଷ୍ଠା  ଏବଂ ୫ କୋଟି ପିଏନଜି ସଂଯୋଗ ପାଇଁ ଭାରତ ସରକାର ଯୁଦ୍ଧକାଳୀନ ଭିତିରେ କାମ କରୁଛନ୍ତି ବୋଲି ମଙ୍ଗଳବାର ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନି୍ସ ଜରିଆରେ ମହାରାଷ୍ଟ୍ର ପ୍ରାକୃତିକ ଗ୍ୟାସ କମ୍ପାନୀର ୫ଟି ଗ୍ୟାସ ଷ୍ଟେସନ ରାଷ୍ଟ୍ର ଉଦେ୍ଧଶ୍ୟରେ ଉତ୍ସର୍ଗ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉଲ୍ଲେଖନୀୟ ଯେ, ଏହି ୫ଟି ଗ୍ୟାସ ଷ୍ଟେସନର ଲୋକାର୍ପଣ ହେବା ଫଳରେ ଏମଏନଜିଏଲ୍ କମ୍ପାନୀର ସିଏନଜି ନେଟୱାର୍କ ୧୦୦ରେ ପହଁଚିଛି  ।

ଏହି ଅବସରରେ ଶ୍ରୀ ପ୍ରଧାନ ଉପରୋକ୍ତ ଲକ୍ଷ୍ୟକୁ ହାସଲ କରିବା ପାଇଁ ସମସ୍ତ ସିଟି ଗ୍ୟାସ ବିତରଣ(ସିଜିଡି) ସଂସ୍ଥା ଏବଂ ତୈଳ ବିପଣନ କମ୍ପାନୀମାନେ ଅଧିକ ପରିଶ୍ରମ କରିବାକୁ ଆହ୍ୱାନ କରିଛନ୍ତି । ସେହିପରି ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ନାସିକର ପାଥରାଡ଼ି ଠାରେ ଏଲଏନଜି/ସିଏନଜିର କାର୍ଯ୍ୟର ଶୁଭାରମ୍ଭ କରିବା ସହ ନାସିକ୍ ଠାରେ ବସରେ ସିଏନଜି ଯୋଗାଣ, ପୁଣେ ଠାରେ ମୋବାଇଲ ରିଫ୍ୟୁଲିଂ ୟୁନିଟ(ଏମଆରୟୁ) ମାଧ୍ୟମରେ ସିଏନଜି ଯୋଗାଣର କାମ ଦିଆଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ସେ କହିଛନ୍ତି ଅଧିକ ସ୍ଥାୟୀ ଉର୍ଜା ବ୍ୟବହାର ପାଇଁ ୨୦୩୦ ସୁଦ୍ଧା ପ୍ରାଥମିକ ଉର୍ଜା ମିଶ୍ରଣରେ ପ୍ରାକୃତିକ ଗ୍ୟାସର ସେୟାର ୧୫ ପ୍ରତିଶତ ଲକ୍ଷ୍ୟ ହାସଲ କରିବାକୁ ଭାରତ ପ୍ରତିବଦ୍ଧ  । ଏହା ସମ୍ଭବ ହେଲେ ପରିବେଶ ପ୍ରଦୂଷଣ ହ୍ରାସ ହେବ । ପ୍ରାକୃତିକ ଗ୍ୟାସର ଅଧିକ ବ୍ୟବହାର ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତାକୁ ହ୍ରାସ କରିବ । ଫଳରେ ଉର୍ଜା କ୍ଷେତ୍ରରେ ଦେଶର ଆମଦାନୀ ତଥା ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ଘଟିବ । ପ୍ରାକୃତିକ ଗ୍ୟାସ ବ୍ୟବହାର ପାଇଁ ସିଜିଡ଼ି କ୍ଷେତ୍ର ଏକ ପ୍ରମୁଖ ଶିଳ୍ପ ଭାବରେ ଉଭା ହୋଇଛି  । ଘରୋଇ, ପରିବହନ, ବାଣିଜ୍ୟିକ ଏବଂ ଶିଳ୍ପ କ୍ଷେତ୍ରରେ ସିଜିଡ଼ି ନେଟୱାର୍କର ଅଧିକ ବ୍ୟବହାର ବୃଦ୍ଧି ହେତୁ ଚାହିଦା ଆଗାମୀ ଦିନରେ ବଢ଼ିବାକୁ ଯାଉଛି । ଆମର ଉର୍ଜା ବ୍ୟବହାରର ରୋଡମ୍ୟାପ୍ ଆତ୍ମନିର୍ଭର ହେବ ଏବଂ ବଡ ଆକାରରେ ରୋଜଗାର ସୃଷ୍ଟି କରିବ ବୋଲି ସେ କହିଛନ୍ତି । 

 

0
0
0
s2sdefault