ହେଡଲାଇନସ୍:

କିିସ୍ ସୌଜନ୍ୟରୁ ଷଷ୍ଠ ପର୍ଯ୍ୟାୟ ଶୁଖିଲା ଖାଦ୍ୟ ଓ ବହିପତ୍ର ବଣ୍ଟନର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :( ସୁଭାଷ ସହାରେ) -ଝାରସୁଗୁଡ଼ା ପୌରାଞ୍ଚଳ ବଢ଼େଇମୁଣ୍ଡା,ରଙ୍ଗିଆପଡ଼ାଠାରେ ଅବସ୍ଥିତ କିସ୍ କାର୍ଯ୍ୟାଳୟଠାରେ ୬ଷ୍ଠ ପର୍ଯ୍ୟାୟ ଶୁଖିଲା ଖାଦ୍ୟ, ଯୁକ୍ତ ଦୁଇ ବହିପତ୍ର, ବିଭିନ୍ନ ଲିଖନ ସାମଗ୍ରୀ, ଯୁକ୍ତ ତିନି ପରିଚୟ ପତ୍ର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ବଣ୍ଟା ଯାଇଥିଲା। ପୌରାଞ୍ଚଳ ମହିଳା ସଂଗଠନ ସହାୟତାରେ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୯ ଜଣ ଛାତ୍ରଛାତ୍ରୀ ଏଥିରେ ଉପକୃତ ହୋଇଥିଲେ। ପ୍ରତ୍ୟେକ ମାସରେ ଏହି ପ୍ରକାର କାର୍ଯ୍ୟକୁ ସଫଳତାର ସହ ତୁଲାଉଥିବାରୁ ଅଭିଭାବକମାନେ କିସ୍ ପ୍ରତିଷ୍ଠାତା ଡା: ଅଚ୍ୟୁତ ସାମନ୍ତଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ କିିସ୍ ସଂଯୋଜକ ପ୍ରଭାକର ଓରାମ,ରତ୍ନାକର ପ୍ରଧାନ,ସନ୍ତୋଷ ସାହୁ,ରଜନୀ ପ୍ରଧାନ, ପ୍ରତିମା  କିିଶାନ,ମାଧୁରୀ ପ୍ରଧାନ,ଭାଗ୍ୟସିନୀ ଖଡ଼ିଆ, ନିିରଞ୍ଜନ ପ୍ରଧାନ,ନିିରଞ୍ଜନ ଡଣ୍ଡସେନା ପ୍ରଭୃତି ଉପସ୍ଥିତ ରହିି ସହଯୋଗ କରିିଥିଲେ। 

0
0
0
s2sdefault