ହେଡଲାଇନସ୍:

କୋଭିଡ-19ର ପ୍ରଭାବ : କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଲାଗିଲା କଟକଣା। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ) :କୋରୋନା ଖାଇଗଲା ସମସ୍ତ ପର୍ବପର୍ବାଣୀ। ଏବର୍ଷ କୌଣସି ପର୍ବକୁ ଲୋକେ ସ୍ବାଭାବିକ ଭାବରେ ପାଳନ କରି ନ ପାରିବା ଲୋକଙ୍କ ପାଇଁ ସବୁଠାରୁ ଆଶ୍ଚର୍ଯ୍ୟର ଘଟଣା ହୋଇ ରହିଯିବ। ଗୋଟିଏ ପର୍ବରେ କଟକଣାକୁ ପାଳନ କରି ଅନ୍ୟ ଏକ ପର୍ବରେ ସ୍ବାଭାବିକ ସ୍ଥିତି ଫେରି ଆସିବାକୁ ଆଶା କରି ବସିଥିବା ଲୋକେ ପୁଣି ନିରାଶ ହୋଇଯାଆନ୍ତି। ସମସ୍ତ ପର୍ବପର୍ବାଣୀ କଟକଣା ମଧ୍ୟ ଦେଇ ପାଳିଥିବା ଝାରସୁଗୁଡ଼ାବାସୀଙ୍କ ପାଇଁ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମଧ୍ୟ କୌଣସି ରିହାତି ମିଳିବ ନାହିଁ। କୋରୋନା ଯୋଗୁଁ ସଂକ୍ରମଣର ଭୟ ଥିବାରୁ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଭିନ୍ନ ପୋଖରୀ ବା ନଦୀଘାଟରେ କାର୍ତ୍ତିକ ବୁଡ଼ ପକାଇବା ପାଇଁ ଭିଡ଼ ଉପରେ କଟକଣା ଲଗାଇଛନ୍ତି ଜିଲ୍ଲା ପ୍ରଶାସନ। ଏ ନେଇ ଜିଲ୍ଲା ପ୍ରଶାସନ ଆଜି ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଯେ କୌଣସି ଜଳାଶୟରେ କାର୍ତ୍ତିକ ବୁଡ଼ ପକାଇବା ବା ଡଙ୍ଗା ଭସାଇବା ଭଳି ପରମ୍ପରାକୁ ପାଳନ ନ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଏହି ବିଜ୍ଞପ୍ତିରେ କୁହାଯାଇଛି। କିନ୍ତୁ ନିଜସ୍ବ ପାରିବାରିକ ଦଖଲରେ ଥିବା ସ୍ଥାନମାନଙ୍କରେ କେବଳ ପରିବାରର ଲୋକେ କୋଭିଡ କଟକଣା ଅନୁସାରେ ଏହି କାର୍ଯ୍ୟକ୍ରମକୁ ସାମାଜିକ ଦୂରତା ରକ୍ଷା କରି ପାଳନ କରିପାରିବେ ବୋଲି କୁହାଯାଇଛି। 

ଉକ୍ତ ବିଜ୍ଞପ୍ତିରେ ନିୟମ ଖିଲାପ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଡିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟ ୨୦୦୫ ର ଧାରା ୫୧ ରୁ ୬୦, ଏପିଡେମିକ ଆକ୍ଟ ୧୮୯୭, ଭାରତୀୟ ପିଙ୍ଗଳ ଧାରା ୧୮୮ ତଥା ଅନ୍ୟାନ୍ୟ ଆଇନଗତ ନିୟମାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

0
0
0
s2sdefault