ଭୁବନେଶ୍ୱର (ଶାସକ ପ୍ରଶାସକ) : ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ କରୋନା ହୋଇଛି | ସେ ନିଜେ ଏ ବିଷୟ ଟୁଇଟ କରି ସୂଚନା ଦେଇଛନ୍ତି |୨୭ ତାରିଖ ବିଲମ୍ବିତ ରାତିରେ ସେ ଟୁଇଟ କରି ଏ ବିଷୟ ସ୍ପଷ୍ଟ କରିଛନ୍ତି | ସେ ବର୍ତ୍ତମାନ ସଙ୍ଗରୋଧରେ ଥିବା ବେଳେ ତାଙ୍କ ସହ ନିକଟ ଅତୀତରେ ମିଶିଥିବା ଲୋକମାନେ ପରୀକ୍ଷା କରାଇ ନେବାକୁ ଶ୍ରୀ ପଣ୍ଡା ଅନୁରୋଧ କରିଛନ୍ତି |
ସେ ତାଙ୍କ ଟୁଇଟରେ କହିଛନ୍ତି " କିଛି ଲକ୍ଷଣ ହେତୁ, ମୁଁ ଆଜି ପରୀକ୍ଷା କଲି ଏବଂ କୋଭିଡ୍ ପଜିଟିଭ୍ ଚିହ୍ନଟ ହେଲି | ମୁଁ ବର୍ତ୍ତମାନ ଡାକ୍ତରଙ୍କ ପରାମର୍ଶରେ ସଙ୍ଗରୋଧ ଅଛି। ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହିତ ସମ୍ପର୍କରେ ଆସିଥିଲେ ସେମାନଙ୍କୁ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ କିମ୍ବା ପୃଥକ କରିବାକୁ କିମ୍ବା ପରୀକ୍ଷା କରିବାକୁ ଅନୁରୋଧ |"