ହେଡଲାଇନସ୍:

ପରୀ ନ୍ୟାୟ ପାଉ, ଯିଏ ପ୍ରକୃତ ଦୋଷୀ ତାକୁ କଠୋର ଦଣ୍ଡ ମିଳୁ : ଅରୁଣ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ‘ଛୋଟ ଝିଅ ପରୀର ହତ୍ୟା ଘଟଣା ମୋତେ ବ୍ୟଥିତ କରିଛି । ସେଥିରେ ମୁଁ ଗଭୀର ମର୍ମାହତ ହୋଇଛି । ତାଙ୍କ ପରିବାରକୁ ନ୍ୟାୟ ମିଳିବା ମୋର ଉଦ୍ଦେଶ୍ୟ । ମୋର ରାଜନୈତିକ ଜୀବନରେ ମୁଁ ହିଂସାର ଘୋର ବିରୋଧୀ । ଯେ କୌଣସି ମୃତ୍ୟୁରେ ମୁଁ ମର୍ମାହତ ହୁଏ । ରାଜ୍ୟ ସରକାରଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶକୁ ସ୍ୱାଗତ କରିବା ସହ ପରୀ ପରିବାରକୁ ନ୍ୟାୟ ମିଳିବ ବୋଲି ମୋର ଦୃଢ଼ ବିଶ୍ୱାସ । ଏଥିରେ ଯିଏ ବି ଜଡ଼ିତ ହୋଇଥାଆନ୍ତୁ ନା କାହିଁକି ସିଏ ଦଣ୍ଡିତ ହେବା ଦରକାର । ମୋର ଅନୁରୋଧ ଏହାକୁ ରାଜନୀତିକରଣ ନ କରି ବରଂ ପରୀ ନ୍ୟାୟ ପାଇବା ପାଇଁ ଦାବି ରଖିବା ଉଚିତ୍ । ସତ୍ୟର ଉନ୍ମୋଚନ ପାଇଁ ପ୍ରାଧାନ୍ୟ ଦେବା ଦରକାର । ପରୀ ନ୍ୟାୟ ପାଉ ଏବଂ ସତ୍ୟ ଉନ୍ମୋଚନ ହେଉ ।’ ବୋଲି ବିଧାନସଭାରେ ଆଜି କହିଛନ୍ତି କୃଷି, କୃଷକ କଲ୍ୟାଣ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ ଅରୁଣ ସାହୁ | 

ନୟାଗଡ଼ର  ପରୀ ମୃତ୍ୟୁ ଘଟଣାକୁ ନେଇ ବିରୋଧୀ ଦଳ  ବିଧାନ ସଭାରେ ହୋହାଲ୍ଲା କରି ମନ୍ତ୍ରୀ ଶ୍ରୀ ସାହୁଙ୍କୁ ଟାର୍ଗେଟ କରିବା ସହ ତାଙ୍କ ଇସ୍ତଫା ଦାବି କରିଥିଲେ |  ଏପରିକି ସରକାରଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ଘୋଷଣା ଏକ ଫାର୍ସ ବୋଲି ବରୋଧୀ ଅଭିଯୋଗ କରିଥିଲେ | । ପ୍ରଥମାର୍ଦ୍ଧ ଅଧିବେଶନ ପରେ ଅପରାହ୍ନ ଅଧିବେସନରେ ମଧ୍ୟ  ବିଜେପି ଓ କଂଗ୍ରେସ ସଦସ୍ୟମାନେ ହୋ ହଲ୍ଲା ହଟ୍ଟଗୋଳ ଜାରି ରଖିବାରୁ ଗୃହ ଚଳାଇବା ସମ୍ଭବ ହୋଇନଥିଲା । ତେବେ ଗୃହରେ ବିବୃତ୍ତି ରଖିବାକୁ ମନ୍ତ୍ରୀ ଅରୁଣ ସାହୁଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ । ମନ୍ତ୍ରୀ ବିବୃତ୍ତି ରଖୁଥିବା ବେଳେ ବିରୋଧୀ ସଦସ୍ୟମାନେ ହୋ ହାଲ୍ଲା ଜାରି ରଖିଥିଲେ  । ଫଳରେ ମନ୍ତ୍ରୀଙ୍କ ବିବୃତି ପରେ ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଗୃହ ବାହାରକୁ ଆସି ଗଣମାଧ୍ୟମ ସାମନାରେ  ପରୀ ମୃତ୍ୟୁ ମାମଲାରେ ଯିଏ ବି ଦୋଷୀ ଥାଆନ୍ତୁ, ସେମାନଙ୍କୁ କଠୋର ଦଣ୍ଡ ମିଳୁ ଏବଂ ପରୀକୁ ନ୍ୟାୟ ମିଳୁ ବୋଲି କହିଥିଲେ । ଏହି ଘଟଣାରେ ରାଜନୀତି ନ କରିବାକୁ ବିରୋଧୀ ଦଳଙ୍କୁ ଅନୁରୋଧ କରିଥିଲେ ଅରୁଣ । 

ଅପରପକ୍ଷରେ ପରି ପ୍ରସଙ୍ଗରେ ରାଜନୀତି ଚାଲିଛି ଓ ସରପଞ୍ଚକୁ ମୋହରା କରି ବିରୋଧୀ ଦଳ ମନ୍ତ୍ରୀ ଡ ସାହୁଙ୍କୁ ଟାର୍ଗେଟ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ସମ୍ପୃକ୍ତ ସରପଂଚଙ୍କ ଗାଁ ଲୋକ |  ବିଗତ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରି ଜେଲ ଯାଇଥିବା ସରପଂଚ ବିରୋଧୀଙ୍କ ହାତବାରିସୀ ସାଜି ମନ୍ତ୍ରୀ ଅରୁଣ ସାହୁଙ୍କୁ ବଦନାମ କରୁଛି ବୋଲି ଲୋକମାନେ ଅଭିଯୋଗ କରିଛନ୍ତି | ଆଜି  ନୟାଗଡ଼ ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦ ଗ୍ରାମପଂଚାୟତ ସରପଂଚଙ୍କ ଅସଲ ମୁଖା ଆଜି ପଦାରେ ପକାଇଦେଇଛନ୍ତି ସ୍ଥାନୀୟ ଲୋକ | ବିଜେଡିରେ ରହି ନିଜ ସ୍ୱାର୍ଥ ଆଉ ବ୍ୟକ୍ତିଗତ ଫାଇଦା ପାଇଁ  କଂଗ୍ରେସ ଏବଂ ବିଜେପି ସହିତ ମିଶି ମନ୍ତ୍ରୀଙ୍କୁ ମିଛରେ ଛନଯିବାକୁ ଚେଷ୍ଟା କରିବା ଘଟଣାକୁ ନିନ୍ଦା କରିବା ସହ ବିରୋଧୀ ନେତାଙ୍କ ସହ ରଖିଥିବା  ଭାବ ପ୍ରୀତି ଭାଇରାଲ ହୋଇଥିବା କୋର୍ଟ ଫଟୋରୁ ଜଣାପଡ଼ିଯାଇଛି ବୋଲି  ସରପଞ୍ଚଙ୍କ ବିରୁଦ୍ଧରେ ବିଶୋଦ୍‌ଗାର କରିଛନ୍ତି ଖୋଦ୍ ତାଙ୍କ  ପଂଚାୟତ ଯଦୁପର ଗ୍ରାମର ସଭାପତି ଜୟକୃଷ୍ଣ ପରିଡ଼ା । "ଗୋଟେ ଝିଅ ମରିଛି | ତାକୁ ମାରିଥିବା ଲୋକଙ୍କୁ ବନ୍ଧାଯାଉ | ହେଲେ ଏ ପ୍ରସଙ୍ଗରେ ମନ୍ତ୍ରୀ ଅରୁଣ ସାହୁଙ୍କୁ ଛନ୍ଦି ଯେଉଁ ରାଜନୈତିକ ଖେଳ ଚାଲିଛି ତାକୁ ଆମେ ବିରୋଧ କରୁଛୁ " ବୋଲି ଲୋକେ କହିଛନ୍ତି |  ପରୀ ହତ୍ୟାକାରୀ ଗିରଫ ପାଇଁ ସମସ୍ତେ ଚିନ୍ତିତ ଥିବା ବେଳେ ସରପଂଚଙ୍କ ଏଭଳି କୁବୁଦ୍ଧିକୁ ଯଦୁପୁର ଗ୍ରାମର ମହିଳାମାନେ ମଧ୍ୟ ମଧ୍ୟ ନାପସନ୍ଦ କରିବା ସହ ସରପଂଚଙ୍କ ପାଇଁ ତାଙ୍କ ଗାଁ ବଦନାମ୍ ହେଉଥିବା ଅଭିଯୋଗ କରିଛନ୍ତି ।

0
0
0
s2sdefault