ହେଡଲାଇନସ୍:

ମୋଦି ସରକାରଙ୍କ ଶ୍ରମିକ,କୃଷକ ଓ ଜନବିରୋଧି ନୀତି ବିରୁଦ୍ଧରେ ରେଙ୍ଗାଲିରେ ରାଜ ରାସ୍ତା ଅବରୋଧ। 

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ): ସମଗ୍ର ଦେଶର କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସମୂହ ଓ ସ୍ବାଧିନ ଫେଡେରେସନ ମାନଙ୍କ ଡାକରାରେ ଗୁରୁବାର ଦେଶର ବ୍ଯାପି ଧର୍ମଘଟ ହୋଇଥିବା ବେଳେ ରେଙ୍ଗାଲି ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ କରାଯାଇ। ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥ ରେଙ୍ଗାଲି ତହସିଲ ଛକ ଠାରେ ସିପିଆଇ ଏବଂ କଂଗ୍ରେସ ଦଳର କର୍ମୀମାନଙ୍କ ପକ୍ଷରୁ 

ଦୀର୍ଘ ୨ଘଣ୍ଟା ଧରି ରାସ୍ତାରୋକ କରାଯାଥିଲା।ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ହଜାର ହଜାର ଯାନ ବାହନ ଅଟକି ରହିଥିଲା। ୧୫ଦଫା ଦାବି ପୂରଣ ପାଇଁ ଏହି ଧର୍ମଘଟ କରାଯାଇଥିଲା।ସିପିଆଇ ର ବରିଷ୍ଠ ନେତା କ୍ଷିରୋଦ କୁମାର ସିଂହଦେଓ,ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗର୍ଡିଆ, ସୁବାସ ଚନ୍ଦ୍ର ବିଶ୍ବାଳ, ଚର୍ତୁଭୁଜ ଝାଙ୍କର,ଇନ୍ଦମଣି ବାରିକ, ନିରୋଦ ସିଂହଦେଓ,ସିଦ୍ଧେଶ୍ଵର ପଟେଲ,ଗୋପାଳକୃଷ୍ଣ ପଣ୍ଡା,ରୀଶିପାଲ ସିଂ ଗୌରବ ବେହେରାଙ୍କ ସହ ଶତାଧିକ କର୍ମୀ ଧର୍ମଘଟରେ ସାମିଲ ହୋଇ ଥିଲେ। କ୍ଷିରୋଦ ସିଂହଦେଓ ଏବଂ ଦୁର୍ଯ୍ୟୋଧନ ଗର୍ଡିଆ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ବିରୋଧୀ ନୀତି ଉପରେ ଉଦବୋଧନ ଦେଇଥିଲେ।

     

0
0
0
s2sdefault