ହେଡଲାଇନସ୍:

ସମ୍ବଲପୁର ରେ ଶ୍ରମିକ ସଂଗଠନର ଦିନିକିଆ ଧର୍ମଘଟ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ):ଆଙ୍କର - କେନ୍ଦ୍ର ମୋଦି ସରକାରଙ୍କ ଜନବିରୋଧି ନିତି ବିରୋଧରେ କେନ୍ଦ୍ରିୟ ଶ୍ରମିକ  ସଂଗଠନ ସମୁହ ପକ୍ଷରୁ ସର୍ବଭାରତୀୟ ଧର୍ମଘଟ ର ଡାକରା ପରିପ୍ରେକ୍ଷୀରେ ସମ୍ବଲପୁର ମଧ୍ୟ ଦିନିକିଆ ଧର୍ମଘଟ କରାଯାଇଥିଲା  । ଏହି ଧର୍ମଘଟ ରେ  ୧୦୦ ରୁ ଉଦ୍ଦ ଫେଡେରେସନ ଓ ଆସୋସିଏସନ ସାମିଲ ରହି କେନ୍ଦ୍ର ସରକାର ଜନବିରୋଧି ନିତି ବିରୋଧରେ ଦିନିକିଆ  ପ୍ରତିବାଦ କରିଥିଲେ  । ତେବେ ସମ୍ବଲପୁର ଠାରେ ମଧ୍ୟ ଏହି ଦିନିକିଆ ଧର୍ମଘଟ କୁ ସଫଳ କରିବା ପାଇଁ ସମ୍ବଲପୁର କେନ୍ଦ୍ରୟ ଶ୍ରମିକ ସଂଗଠନ ମିଳିତ  ମଞ୍ଚ ତରଫରୁ  ସମସ୍ତ ଶ୍ରମିକ ସଂଗଠନ ସାମିଲ ରହିଥିବା ଦେଖାଦେଇଥିଲା । ସମ୍ବଲପୁର ଠାରେ ଧର୍ମଘଟକାରୀ  କେନ୍ଦ୍ରିୟ ଶ୍ରମିକ  ସଂଗଠନ ର ସଭ୍ୟ ମାନେ ସହରର ଅଇଁଠାପାଲି ଛକ, ଧନୁପାଲି ଛକ ସମେତ ବିଭିନ୍ନ ପ୍ରମୁଖ ଛକ ମାନଙ୍କ ରେ ଜାତିୟ ରାଜପଥରେ ଆନ୍ଦୋଳନ କରି ପ୍ରତିବାଦ କରିଥିଲେ । ଏହା  ସହ ସମ୍ବଲପୁର ସହରର ସମସ୍ତ ଦୋକାନ ବଜାର ,ପେଟ୍ରୋଲ ପମ୍ପ, ସରକାରୀ କାଯ୍ୟାଲୟ ଗୁଡିକ ପିକେଟିଂ କରି ବନ୍ଦ କରିଦେଇଥିଲେ ଧର୍ମଘଟକାରି । ବିଶେଷ କରି  ମୋଦି ସରକାରଙ୍କ କୄଷକ ବିରୋଧୀ, ଜନବିରୋଧି ନିତି ନେଇ  ସ୍ୱର ଉତ୍ତୋଳନ କରାଯିବା ସହ  ବେରୋଜଗାରି ,ଆକାସଛୁଆ ଦରଦାମ ବୄଦ୍ଦି କୁ ବିରୋଧ କରି ଏହି ଧର୍ମଘଟ ର ଡାକରା ଦିଆଯାଇଥିଲା । ସମ୍ବଲପୁର ଜିଲ୍ଲା ରେ INTUC,HMS,aituc, citu, swecc, କୁ ନେଇ ଗଠିତ ଶ୍ରମିକ ସଂଗଠନ ର ମିଳିତ ମଞ୍ଚ ଏହି ଦିନିକିଆ  ଧର୍ମଘଟ ରେ ସାମିଲ ରହି ଜିଲ୍ଲା ରେ ଧର୍ମଘଟ କୁ ସଫଳ କରିବା ପାଇଁ ବିଶେଷ ସୋଭାଯାତ୍ରାରେ ସହର ପରିକ୍ରମା କରିଥିବା ଦେଖିବାକୁ ମିଲିଥିଲା । 

     

0
0
0
s2sdefault