ଝାରସୁଗୁଡ଼ା :( ସୁଭାଷ ସହାରେ)-ଗତ ସେପ୍ଟେମ୍ବର ୧୨ ଅକ୍ଟୋବରରୁ ୧୭ ଅକ୍ଟୋବର ପର୍ଯ୍ୟନ୍ତ ଦେଶର ବଛା ବଛା ପ୍ରତିଯୋଗୀଙ୍କୁ ନେଇ ଆଇୱା ଦ୍ବାରା ଆୟୋଜିତ ହୋଇଥିଲା 'ପପୁଲାର କୁଇନ୍ ଅଫ ୟୁନିଭର୍ସ' ପ୍ରତିଯୋଗିତା। ଉକ୍ତ ପ୍ରତିଯୋଗିତାରେ ଝାରସୁଗୁଡ଼ା ଜିଲ୍ଲାର ସୁଧା ଅୱସ୍ତି ମଧ୍ୟ ଯୋଗଦେଇ ଟ୍ରଫି ହାସଲ କରିବାରେ ସକ୍ଷମ ହୋଇଛନ୍ତି। ଏହା ପୂର୍ବରୁ ଗତ ୨୦୧୯ ସେପ୍ଟେମ୍ବର ମାସରେ ମଧ୍ୟ ସେ ଆଇୱା ଇଣ୍ଡିଆ ମିସେସ୍ ଗର୍ଜିଅସ ଟାଇଟଲ ହାସଲ କରିଥିଲେ।
'ମେକଅପ ଏଣ୍ଡ ମି' ନାମକ ଏକ ଏକାଡେମୀ ଓ ସେଲୋନ ଚଳାଉଥିବା ସୁଧା ଜଣେ ସମାଜସେବୀ ମଧ୍ୟ ଅଟନ୍ତି। ଦୀର୍ଘ ସମୟ ଧରି ଏହି ପ୍ରତିଯୋଗୀତା ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ ବୋଲି ଆମ ପ୍ରତିନିଧିଙ୍କୁ ଫୋନରେ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ। ଏହି ପ୍ରତିଯୋଗିତାରେ ଭାରତର ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀମାନେ ଭାଗ ନେଇଥିଲେ। ୬ ଦିନ ଧରି ଚାଲିଥିବା ଏହି ଭର୍ଚୁଆଲ ପ୍ରତିଯୋଗିତାର ବିଚାରକ ମଣ୍ଡଳୀର ସଦସ୍ୟ ଭାବରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଗାୟକ ଓ ସଂଗୀତକାର ପଙ୍କଜ ଜେସୱାନୀ, ଗାୟକ ଦୁରାନ ମୈବମ ତଥା ଭଜନ ସମ୍ରାଟ ଅନୁପ ଜଲୋଟା ଉପସ୍ଥିତ ଥିଲେ। ଭବିଷ୍ୟତରେ ଅସହାୟ ବୃଦ୍ଧବୃଦ୍ଧାଙ୍କ ନିମନ୍ତେ ଏକ ଆଶ୍ରମ ଗଢ଼ି ସେମାନଙ୍କ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ଲକ୍ଷ୍ୟ ରଖିଥିବା ସୁଧା ଭବିଷ୍ୟତରେ ଏହିପରି ପ୍ରତିଯୋଗିତାରେ ଆଶାୟୀ ଯୁବପିଢ଼ିକୁ କଠିନ ପରିଶ୍ରମ ଓ ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିବା ପାଇଁ କହିଛନ୍ତି।ରାଜସ୍ଥାନ ଜୟପୁରରୁ ପ୍ରକାଶିତ 'ଦୈନିକ ଆଧୁନିକ ସମାଚାର ଦୁନିଆ'ର ବ୍ରାଣ୍ଡ ଆମ୍ବାସାଡର ଭାବରେ ମଧ୍ୟ ତାଙ୍କୁ ନିଯୁକ୍ତି ମିଳିଛି।