ହେଡଲାଇନସ୍:

ବାଃ, ବହୁତ ଖୁସିର କଥା ; ପ୍ରଥମ ଥର ପାଇଁ ରକ୍ତଦାନ କଲେ ୫୦ ମହିଳା ରକ୍ତଦାତା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (ଶାସକ ପ୍ରଶାସକ) : କୋରୋନା ଏକ ପରିଣତି ପରିସ୍ଥିତିରେ ପହଞ୍ଚିସାରିଛି। ତଥାପି ଆଜି ମଧ୍ୟ ସହରର ବିଭିନ୍ନ ମେଡ଼ିକାଲରେ ରକ୍ତର ଘୋର ଅଭାବ ଦେଖା ଦଉଛି। ଏହି ଅଭାବକୁ କିଛି ମାତ୍ରାରେ କମାଇବାକୁ, ଓଡ଼ିଶା ମୋ ପରିବାରର ' ଜୀବନବିନ୍ଦୁ ' ତତ୍ତ୍ଵାବଧାନରେ ଜୟ ଓଡ଼ିଶା ଆଜି ଏକ ରକ୍ତଦାନ ଶିବିର ଆୟୋଜିତ କରିଥିଲା। କୋରୋନା ର ସମସ୍ତ କଟକଣାକୁ ନଜରରେ ରଖି ଶିବିର ଟି ସୁଚାରୁ ରୂପେ ସମ୍ପନ୍ନ ହୋଇଛି। ହେଲେ ଅନ୍ୟସବୁ ରକ୍ତଦାନ ଶିବିର ଠାରୁ ଏହା ଥିଲା ଟିକେ ଭିନ୍ନ। ଏହି ଶିବିର ଟି ବିଶେଷ ଭାବେ ମହିଳା ଦାତା ଙ୍କ ପାଇଁ ହୋଇଥିଲା। ପ୍ରଥମ ଥର ପାଇଁ ସହରର  ଭିନ୍ନ ଭିନ୍ନ ସ୍ଥାନରୁ ୫୦ଜଣ ମହିଳା ସ୍ୱଇଚ୍ଛା ରେ ଆସି ରକ୍ତଦାନ କରିଥିଲେ | ଫଳରେ ଏହା ସମାଜକୁ ଏକ ସକାରାତ୍ମକ ବାର୍ତ୍ତା ଦେଇଛି।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମୋ ପରିବାରର ଆବାହକ, ଶ୍ରୀ ଅରୂପ ପଟ୍ଟନାୟକ ,ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ବିଧାୟକ, ଶ୍ରୀ ସୁଶାନ୍ତ ରାଉତ, ଜୟ ଓଡ଼ିଶାର ସଭାପତି ଶ୍ରୀ ରୁଦ୍ର ସାମନ୍ତରାୟଙ୍କ ଓ ଅନେକ ପୂର୍ବତନ କର୍ପୋରେଟର ସମେତ ଜୟ ଓଡ଼ିଶାର ସ୍ବେଚ୍ଛାସେବୀ, ଜୀବନ ବିନ୍ଦୁର କର୍ମକର୍ତ୍ତା  ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ସମ୍ପାଦିତ କରିଥିଲେ। ଏତଦବ୍ୟତୀତ, ଆବଶ୍ୟକୀୟ ରୋଗୀଙ୍କୁ ଯଥାସମୟରେ ରକ୍ତ ଯୋଗାଉଥିବା, କ୍ୟାପିଟାଲ ହସ୍ପିଟାଲର ' ବ୍ଲଡ଼ ବ୍ୟାଙ୍କ ' ବିଭାଗକୁ ସମ୍ମାନିତ କରାଯାଇଥିଲା। ଜୟ ଓଡ଼ିଶା ପ୍ରତିଷ୍ଠାତା ରୁଦ୍ର ସାମନ୍ତରାୟ କହିଛନ୍ତି " ଆଜି ଏହି ରକ୍ତଦାନ ଶିବିର ଟି ସମ୍ପୂର୍ଣ ରୂପେ ମହିଳା ଦାତା ଙ୍କ ପାଇଁ ଆୟୋଜିତ କରି ଆମେ ପ୍ରତି ଟି ନାରୀଙ୍କୁ ଆଗାମୀ ଦିନରେ ରକ୍ତ ଦାନ କରିବାକୁ ଆହ୍ବାନ କରୁଛୁ। ଆଜିର ନାରୀ କୌଣସି କାମରେ ପୁରୁଷ ଙ୍କ ଠାରୁ କମ୍ ନୁହେଁ ଏବଂ ଆବଶ୍ୟକ ପଡିଲେ କାହାର ଜୀବନ ବି ବଞ୍ଚେଇ ପାରିବେ।" ଏହା ସହିତ, ଆଗକୁ ମହିଳା ଦାତା ଙ୍କ ସଂଖ୍ୟା ମଧ୍ୟ ନିଶ୍ଚୟ ବଢିବ ବୋଲି ଦୃଢ ସ୍ବରରେ କହିଛନ୍ତି। କ୍ୟାପିଟାଲ ହସ୍ପିଟାଲ ବ୍ଲଡ଼ ଇନଚାର୍ଜ ମୁଖ୍ୟ ଡ଼ ଦେବାଶିଷ ମିଶ୍ରଙ୍କ କହିବା ଅନୁଯାୟୀ  ଜୟ ଓଡିଶା ଟିମ ଯେଉଁ କାର୍ଯ୍ୟକ୍ରମ ଆଜି କରିଛନ୍ତି ତାହା ଅନନ୍ୟ | ଏତେ ସଂଖ୍ୟାରେ କେବଳ ମହିଳା ଆସି ରକ୍ତଦାନ କରିଛନ୍ତି, ନିଶ୍ଚିତ ଭାବେ ଏହା ଖୁସିର କଥା | ଏଭଳି କାର୍ଯ୍ୟକ୍ରମ ନିକଟ ଅତୀତରେ କେଉଁଠି ହେଲା ଭଳି ମନେ ହେଉନି ବୋଲି କହିଛନ୍ତି ଡ଼ ମିଶ୍ର |

0
0
0
s2sdefault