ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ - ସମ୍ବଲପୁର ବିଏସଏନଏଲ GMTD ଙ୍କ କାଯ୍ୟାଲୟ ବାହାରେ ବିଏସଏନଏଲ ଅସ୍ଥାୟି କର୍ମଚାରୀ ସଂଘ ପକ୍ଷରୁ ଧାରଣା ଦିଆଯାଇଛି । ଅସ୍ଥାୟୀ କର୍ମଚାରୀ ସଂଘ ଅଭିଯୋଗ କରିଛି ଯେ ଗତ ୯ ମାସ ହେଲା ବିଏସଏନଏଲ ସମ୍ବଲପୁର ଡିଭିଜନରେ କାଯ୍ୟ କରୁଥିବା ଅସ୍ଥାୟି କର୍ମଚାରୀ ମାନଙ୍କୁ ଦରମା ମିଲିନାହି । ଏହା ସହ ଅସ୍ଥାୟୀ କର୍ମଚାରୀ ମାନଙ୍କ ESI,EPF ଦୁଇ ବର୍ଷ ହେଲା ଜମା ହୋଇନାହିଁ । ଏଥିପାଇଁ ବିଏସଏନଏଲ ରେ କାଯ୍ୟ କରୁଥିବା ଅସ୍ଥାୟୀ କର୍ମଚାରୀ ମାନେ ସେମାନଙ୍କ ଦାବି ପୁରଣ ନେଇ ବିଏସଏନଏଲର କର୍ତ୍ତୁପକ୍ଷ ଙ୍କ ସହ ବାରମ୍ବାର ଆଲୋଚନା କରି ଦାବି କରିଥିଲେ ମଧ୍ୟ ଅସ୍ଥାୟୀ କର୍ମଚାରୀ ଙ୍କ ଦାବି ପୁରଣ ହୋଇନାହିଁ । ଏଥିପାଇଁ ପୁଣି ଥରେ ଆନ୍ଦୋଳନ ଆରମ୍ଭ କରିଛନ୍ତି ଅସ୍ଥାୟୀ କର୍ମଚାରୀ । ଏହି ଆନ୍ଦୋଳନରେ ବିଏସଏନଏଲ ଅସ୍ଥାୟୀ କର୍ମଚାରୀ ସଂଘର ସଭାପତି ନିରଞ୍ଜନ ଜାଣ୍ଡି,ସଂପାଦକ, ସୁରେଶ ବଡେଇ, ଉପ ସଂପାଦକ ନିରାକାର ସାହାସିଆ , ସାର୍କିଳ , ସଂପାଦକ ବିଶ୍ୱନାଥ ବେହେରା ,ସମ୍ବଲପୁର ସାଖା ସଂପାଦକ ଏକାଦଶିର ମହାପାତ୍ର ପ୍ରମୁଖ ଧାରଣା ରେ ସାମିଲ ରହିଥିଲେ । ଏହା ସହ ଅସ୍ଥାୟୀ କର୍ମଚାରୀ ଙ୍କ ଆନ୍ଦୋଳନ କୁ ହିନ୍ଦ ମଜଦୁର ସଭାର ରାଜ୍ୟ ଉପ ସାଧାରଣ ସଂପାଦକ ଗୋକୁଲ ମେହେର ଉପସ୍ଥିତ ରହି ଦାବି କୁ ସମର୍ଥନ କରିଥିଲେ ।