"ବର୍ଷସାରା ନିରୋଗ ଓ ଉନ୍ନତ ଯାଆଁଳ ଯୋଗାଇଦେବାକୁ ପଦକ୍ଷେପ ଗ୍ରହଣ କରାଯାଇଛି': ମନ୍ତ୍ରୀ ଡ. ସାହୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜ୍ୟସ୍ତରୀୟ ବିଶ୍ୱ ମତ୍ସ୍ୟ ଦିବସ ପାଳିତ 

  • "ମତ୍ସ୍ୟ ରପ୍ତାନୀକୁ ୨୦ ହଜାର କୋଟି ଟଙ୍କାରେ ପହଞ୍ଚାଇବାକୁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି' 

  • "ମାଛ ଚାଷ ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ରହିଛି'

ଭୁବନେଶ୍ୱର(ଶାସକ ପ୍ରଶାସକ) :  ମାଛ ସହଜରେ ଉପଲବ୍ଧ ଏକ ସ୍ୱାଦଯୁକ୍ତ ଓ ପୁଷ୍ଟିକର ଖାଦ୍ୟ ହୋଇଥିବାବେଳେ ମତ୍ସ୍ୟଚାଷ ରାଜ୍ୟ ଅର୍ଥନୀତିରେ ଏକ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ କରିଥାଏା ଏହା ଏକ ଗୁରୁତ୍ୱପୂର୍ଣ୍ଣ ଜୀବନଜୀବିକାର ପନ୍ଥା ହୋଇଥିବାବେଳେ ଏଥିରେ ଆତ୍ମନିଯୁକ୍ତିର ଭରପୂର ସୁଯୋଗ ରହିଛିା କୃଷକମାନଙ୍କ ଆୟ ଦ୍ୱିଗୁିତ ଓ ବହୁଗୁିତ କରିବା ଦିଗରେ କୃଷି ଓ ଆନୁଷଙ୍ଗିକ କୃଷିର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଥିବାବେଳେ ରାଜ୍ୟରେ ମତ୍ସ୍ୟଚାଷର ବିକାଶ କରି ମତ୍ସ୍ୟ ଉତ୍ପାଦନକୁ ଦ୍ୱିଗୁିତ କରିବା ସହିତ ମତ୍ସ୍ୟ ରପ୍ତାନୀକୁ ୨୦ ହଜାର କୋଟି ଟଙ୍କାରେ ପହଞ୍ଚାଇବାକୁ ରାଜ୍ୟ ସରକାର ପଦକ୍ଷେପ ଗ୍ରହ କରିଛନ୍ତି ବୋଲି କୃଷି ଓ କୃଷକ ସଶକ୍ତିକର, ମତ୍ସ୍ୟ ଓ ପ୍ରାୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତିା

ଆଜି ପୂର୍ବାହ୍ନରେ କୃଷି ଭବନଠାରେ ବିଶ୍ୱ ମତ୍ସ୍ୟ ଦିବସ ପାଳନ ଅବସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ବିଗତ ବର୍ଷଗୁଡ଼ିକରେ ରାଜ୍ୟରେ ମାଛର ଆଦର, ଚାହିଦା, ଉତ୍ପାଦନ ଓ ରପ୍ତାନୀ ବୃଦ୍ଧିପାଇଛିା ଗତ ଆର୍ଥିକ  ବର୍ଷ ୨୦୧୯-୨୦ରେ ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ୮.୧୬ ଲକ୍ଷ ମେଟି୍ରକ୍ ଟନ୍ ହୋଇପାରିଛିା ମାଛଚାଷ ନିମନ୍ତେ ନୂତନ ପୋଖରୀ ସୃଷ୍ଟି ପାଇଁ ରାଜ୍ୟ ସରକାରଙ୍କ "ମୋ ପୋଖରୀ ଯୋଜନା' ଏକ ଯୁଗାନ୍ତକାରୀ ପଦକ୍ଷେପା ମତ୍ସ୍ୟଚାଷୀଙ୍କୁ ନିରୋଗ ଓ ଉନ୍ନତ ଯାଆଁଳ ବର୍ଷସାରା ଯୋଗାଇଦେବାକୁ ପଦକ୍ଷେପ ଗ୍ରହ କରାଯାଇଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲୋ ଗ୍ରାମପଞ୍ଚାୟତ ପୋଖରୀଗୁଡ଼ିକୁ ଦୀର୍ଘମିଆଦି ସୂତ୍ରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଦିଆଯାଇ ମାଛଚାଷ କରାଯିବା ଏକ ଉଲ୍ଲେଖନୀୟ କାର୍ଯ୍ୟକ୍ରମ, ଯାହାକି ମତ୍ସ୍ୟ ଉତ୍ପାଦନ ବୃଦ୍ଧି ସହିତ ମହିଳା ସଶକ୍ତିକରଣ ଦିଗରେ ସହାୟକ ହୋଇପାରିବା ଏଥି ସହିତ ମାଛ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ଜଳଭଣ୍ଡାରଗୁଡ଼ିକରେ ଉନ୍ନତ ଅଙ୍ଗୁଳିକା ଯାଆଁଳ ଛାଡ଼ିବା, ଜଳଭଣ୍ଡାରରେ ପଂଜୁରୀ ମାଧ୍ୟମରେ ମାଛଚାଷ ପାଇଁ ପ୍ରୋତ୍ସାହନ, ନୂତନ ଜ୍ଞାନକୌଶଳଯୁକ୍ତ ବାୟୋଫ୍ଲକ୍ ପଦ୍ଧତି, ପଲିଥିନ ଆସ୍ତରଯୁକ୍ତ ପୋଖରୀରେ ମାଛଚାଷ ଓ ପୁନଃସଂଚାଳନଯୁକ୍ତ ମାଛଚାଷ ମାଧ୍ୟମରେ ମଧୁର ମାଛ ଉତ୍ପାଦନ ପାଇଁ ଗୁରୁତ୍ୱ ପ୍ରଦାନ କରାଯାଉଛିା କୋଭିଡ୍-୧୯ ସ୍ଥିତିରେ ରାଜ୍ୟକୁ ଫେରିଥିବା ପ୍ରବାସୀମାନେ କୃଷି ସହିତ ଆନୁଷଙ୍ଗିକ କୃଷି ଓ ମତ୍ସ୍ୟଚାଷ ପ୍ରତି ଆଗ୍ରହ ପ୍ରକାଶ କରୁଥିବା ପରିପ୍ରେକ୍ଷୀରେ ସେମାନେ ସରକାରଙ୍କ ଦ୍ୱାରା ପ୍ରିତ ଯୋଜନା ଓ ରିହାତିର ଲାଭ ଉଠାଇ ଆତ୍ମନିଯୁକ୍ତ ହେବା ସହିତ ନୀଳବିପ୍ଳବକୁ ସାକାର କରିବା ପାଇଁ ଆଗେଇ ଆସନ୍ତୁ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲୋ ଚଳିତ ବର୍ଷ ବିଶ୍ୱ ମତ୍ସ୍ୟ ଦିବସ ପାଳନ ଅବସରରେ ଓଡ଼ିଶାକୁ ଜାତୀୟ ସ୍ତରରେ ସମ୍ମାନଜନକ ଦୁଇଟି "ମତ୍ସ୍ୟ ପୁରସ୍କାର' ମିଳିଛିା ଓଡ଼ିଶା ଶ୍ରେଷ୍ଠ ସାମୁଦ୍ରିକ ରାଜ୍ୟ ଏବଂ କଳାହାଣ୍ଡି ଜିଲ୍ଲାକୁ ଶ୍ରେଷ୍ଠ ଆଭ୍ୟନ୍ତରିଣ ମତ୍ସ୍ୟ ଜିଲ୍ଲା ଭାବରେ ପୁରସ୍କୃତ କରାଯାଇଥିବାରୁ ମନ୍ତ୍ରୀ ଡ. ସାହୁ ସମସ୍ତ ମତ୍ସ୍ୟଜୀବୀ, ମତ୍ସ୍ୟଚାଷୀ ଏବଂ ବିଭାଗୀୟ ଅଧିକାରୀ, କର୍ମଚାରୀ ତଥା ମତ୍ସ୍ୟ ଉଦ୍ୟୋଗୀ ଓ ମତ୍ସ୍ୟଚାଷ ସହ ଜଡ଼ିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲୋ 

ଉତ୍ସବରେ କୃଷି ଉତ୍ପାଦନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ରାଜକୁମାର ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଉପକୂଳ ରାଜ୍ୟ ଭାବେ ଓଡ଼ିଶାରେ ପ୍ରାକୃତିକ ସଂପଦ ଭରପୂର ରହିଛି ଏବଂ ରାଜ୍ୟରେ ମତ୍ସ୍ୟ ସଂପଦ ବିକାଶର ପ୍ରଚୁର ସମ୍ଭାବନା ରହିଛିା ବିଗତ ଦୁଇଦଶନ୍ଧିରେ ରାଜ୍ୟରେ ମତ୍ସ୍ୟ ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିବାବେଳେ ରୋଜଗାର ସୃଷ୍ଟି ଓ ଆୟ ବୃଦ୍ଧି ଦିଗରେ ଏହା ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି କହିଥିଲୋ ଉତ୍ସବରେ ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ସ୍ମୃତିରଞ୍ଜନ ପ୍ରଧାନ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ଅବସରରେ ବିଶ୍ୱ ମତ୍ସ୍ୟ ଦିବସ ପାଳନର ଗୁରୁତ୍ୱ ସଂପର୍କରେ ଆଲୋକପାତ କରିବା ସହ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନା ସଂପର୍କରେ ଆଲୋଚନା କରିଥିଲୋ 

ଏହି ଅବସରରେ ରାଜ୍ୟର ମତ୍ସ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ବ୍ୟକ୍ତିବିଶେଷ ଓ ସଂଗଠନଗୁଡ଼ିକୁ ସମ୍ବର୍ଦ୍ଧିତ କରାଯାଇଥିଲାା ଏହି କ୍ରମରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଦୁଇଟି ଜିଲ୍ଲା, ଅନ୍ତର୍ଦେଶୀୟ ଓ ଖାରିଜଳ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଦୁଇଜଣ ମତ୍ସ୍ୟଚାଷୀ, ଦୁଇଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଦୁଇଟି ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତି ଓ ଦୁଇଜଣ ସଫଳ ମତ୍ସ୍ୟ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲାା ଏଥି ସହିତ ମାଛ ଯାଆଁଳ ଉତ୍ପାଦନରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଥିବା କୌଶଲ୍ୟାଗଙ୍ଗ ମତ୍ସ୍ୟ ଫାର୍ମର ମତ୍ସ୍ୟ ଅଧିକାରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲାା ଏହି ଅବସରରେ ମନ୍ତ୍ରୀ ଡ. ସାହୁ ମତ୍ସ୍ୟ ନିର୍ଦ୍ଦେଶାଳୟ ଦ୍ୱାରା ପ୍ରକାଶିତ ମୁଖପତ୍ର "ମତ୍ସ୍ୟଦର୍ପଣ'ର ସ୍ୱତନ୍ତ୍ର ସଂଖ୍ୟା ଓ ପ୍ରଧାନମନ୍ତ୍ରୀ ମତ୍ସ୍ୟସଂପଦ ଯୋଜନାର ମାର୍ଗଦର୍ଶିକା ପୁସ୍ତିକାର ଶୁଭ ଉନ୍ମୋଚନ କରିଥିଲୋ 

ଭୁବନେଶ୍ୱରସ୍ଥିତ କୃଷି ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାୀସଂପଦ ବିଭାଗର ସ୍ୱତନ୍ତ୍ର ଶାସନ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିବାବେଳେ ଭିଡ଼ିଓ କନ୍ଫରେନ୍ସ ଓ ସୋସିଆଲ୍ ମିଡ଼ିଆ ମାଧ୍ୟମରେ ସମସ୍ତ ଜିଲ୍ଲା ଓ ବ୍ଲକ୍ସ୍ତରୀୟ ମତ୍ସ୍ୟ ବିଭାଗର ଅଧିକାରୀ ଓ ମତ୍ସ୍ୟଜୀବୀ ତଥା ମତ୍ସ୍ୟଚାଷୀମାନେ ଯୋଗଦେଇଥିଲୋ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ଦେବାନନ୍ଦ ଭଂଜ ଧନ୍ୟବାଦ ଅର୍ପ କରିଥିଲୋ

0
0
0
s2sdefault