ବରଗଡ :- ଗତ କିଛିଦିନ ତଳେ ନିଷ୍ଠା ପରିବାର ଦ୍ବାରା ଏକ ଅସହାୟ ବୃଦ୍ଧା ଙ୍କୁ ସୋହେଲା,ବରଗଡ ରୁ ଉଦ୍ଧାର କରାଯାଇଥିଲା । ତାଙ୍କର ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ଥିଲା।ତାଙ୍କର ମାନସିକ ସ୍ଥିତି ସେତେଟା ଭଲ ନଥିଲା । ନିଷ୍ଠା ପରିବାର ର ଦିର୍ଘ କୋଡିଏଦିନ(୨୦ଦିନ) ର ସେବା ଶୁଶୃସା ଓ ଡାକ୍ତରଙ୍କ ଚିକିତ୍ସା ପରେ ବର୍ତ୍ତମାନ ତାଙ୍କ ଅବସ୍ଥା ପୁର୍ବାପେକ୍ଷା ବର୍ତ୍ତମାନ ବହୁତ ଭଲଅଛି ଓ ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି। ତାଙ୍କୁ ନିଷ୍ଠା ତରଫରୁ ତିନିଟି(୩ଟି)O+VE ରକ୍ତ ମଧ୍ୟ ଯୋଗାଇ ଦିଆଯାଇଛି । ତାଙ୍କ ଘର ବାଲେଶ୍ବର ଓ ତାଙ୍କର ତିନୋଟି ପୁଅ ଝିଅ ଥିବା ସେ କହୁଛନ୍ତି । ନିଷ୍ଠା ପରିବାର ତରଫରୁ ଆଜି ତାଙ୍କୁ ସମଲେଇପଦର ଠାରେ ଥିବା ବୃଦ୍ଧାଶ୍ରମ ରେ ଥଇଥାନ କରାଗଲା।ବୃଦ୍ଧାଶ୍ରମର ଜଳନ୍ଧର ପଟେଲ ବର୍ତ୍ତମାନ ଙ୍କୁ ବୃଦ୍ଧାଙ୍କର ସେବା କରିବା ପାଇଁ ନିଷ୍ଠା ପରିବାର ତରଫରୁ ଅନୁରୋଧ କରାଯାଇଛି ।
ରାଜ୍ୟ
ମାନବ ସେବା ହିଁ ମାଧବ ସେବା
- Hits: 418