ହେଡଲାଇନସ୍:

ଝାରସୁଗୁଡ଼ାରେ ବିକାଶ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ଦିଗ ଉପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ଝାରସୁଗୁଡ଼ା ସିଟିଜେନ ଫୋରମ। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସମସ୍ୟା ଓ ପ୍ରତିକାର ପାଇଁ ଉପାୟ ଅବଲମ୍ବନ କରିବା ପାଇଁ ଆଜି ଝାରସୁଗୁଡ଼ା ସିଟିଜେନ ଫୋରମର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ୨୦ ଦଫା ଦାବୀ ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏଥିରେ ଜିଲ୍ଲାର ବିଭିନ୍ନ ସମସ୍ୟା, ବିକାଶୋନ୍ମୁଖୀ କାର୍ଯ୍ୟକ୍ରମ ଓ ସେଗୁଡ଼ିକର ଉପାୟ ଉପରେ ନିଜର ମତାମତ ପ୍ରଦାନ କରାଯାଇଛି। 

ଉକ୍ତ ପତ୍ରରେ ଝାରସୁଗୁଡ଼ା ଜିଲ୍ଲାର ପ୍ରତ୍ୟେକ ସ୍ଥାନର ପ୍ଲଟ ଅନୁଯାୟୀ ମୂଲ୍ୟ ନିର୍ଦ୍ଧାରଣ କରିବାକୁ ଅନୁରୋଧ କରାଯାଇଛି।ଏହାଦ୍ୱାରା ରାଜ୍ୟର ଭୂରାଜସ୍ବରେ ଵୃଦ୍ଧି ସହିତ କଳାଟଙ୍କା କାରବାର ଉପରେ ଲଗାମ ଦିଆଯାଇ ପାରିବ ବୋଲି କୁହାଯାଇଛି। ଏହା ବ୍ୟତୀତ ସମସ୍ତ ପ୍ରକାରର ଘର, ଫ୍ଲାଟ ଓ ନିର୍ମାଣ କାର୍ଯ୍ୟର ରାଜ୍ୟ ସରକାରଙ୍କ ମୂଲ୍ୟାୟନ ପରିବର୍ତ୍ତେ ଝାରସୁଗୁଡ଼ା ଜିଲ୍ଲା ହିସାବରେ ମୂଲ୍ୟାୟନ ସ୍ଥିର କରିବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି। ଝାରସୁଗୁଡ଼ା ଆଞ୍ଚଳିକ ବିକାଶ ଟ୍ରଷ୍ଟ ପରିବର୍ତ୍ତେ ବିଡିଏ କିମ୍ବା ଆରଡିଏ ଭଳି ଝାରସୁଗୁଡ଼ା ଡେଭଲପମେଣ୍ଟ ଅଥରିଟି ଗଠନ କରି ବା ଝାରସୁଗୁଡ଼ା ପାଇଁ ଜଣେ ସ୍ଥାୟୀ ସହର ଯୋଜନା ଅଧିକାରୀଙ୍କୁ ନିଯୁକ୍ତି ଦେଇ ଜିଲ୍ଲାର ଅର୍ଥନୈତିକ ବିକାଶ ପାଇଁ ପଦକ୍ଷେପ ନେବା, ପାଣିପାଇପ,ସାନିଟେସନ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ,ବିଦ୍ୟୁତ ଖୁଣ୍ଟଗୁଡ଼ିକୁ ପ୍ରକୃଷ୍ଟ ସ୍ଥାନରେ ସ୍ଥାପନ, ଝାରସୁଗୁଡ଼ାରେ ପ୍ରକୃଷ୍ଟ ସ୍ଥାନରେ ଏକ ଡମ୍ପିଂୟାର୍ଡର ନିର୍ମାଣ ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିଲା। ଜିଲ୍ଲାପାଳ କେତେକ କ୍ଷେତ୍ରରେ ପୂର୍ବରୁ ନିଆଯାଇଥିବା  ପଦକ୍ଷେପ ଉପରେ ଜଣାଇଥିଲେ। ଏହା ବ୍ୟତୀତ କେତେକ କ୍ଷେତ୍ରରେ ତୁରନ୍ତ ପଦକ୍ଷେପ ନେବା ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଗାମୀ ଦିନରେ ଅନ୍ୟ ସମସ୍ତ ଦିଗ ଉପରେ ମଧ୍ୟ କାର୍ଯ୍ୟ କରାଯିବ ବୋଲି ସେ ପ୍ରତିଶ୍ରୁତି। 

ଝାରସୁଗୁଡ଼ା ସିଟିଜେନ ଫୋରମ ତରଫରୁ ମହେନ୍ଦ୍ର କେଡିଆ, ଓମ ପ୍ରକାଶ ଖୈତାନ, ପୱନ ସୁଲତାନିଆ, ଆଡଭୋକେଟ ଦାସ, ଅଭିଜିତ ଟେକରିୱାଲ, ସନ୍ତୋଷ ଶୁକ୍ଲା ତଥା ଅଜିତ ପାଣିଗ୍ରାହୀ ଏହି ଅବସରରେ ସାକ୍ଷାତ କରିଥିଲେ।

0
0
0
s2sdefault