ହେଡଲାଇନସ୍:

କାର୍ଯ୍ୟ ଆରମ୍ଭରୁ ଏନଏଲସିକୁ ଝଟକା-:ତ୍ରିପାକ୍ଷିକ ବୈଠକ ପରେ ସର୍ତ୍ତ ମୂଳକ ସମାଧାନ।

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ): କର୍ମଜୀବୀ ଏକତା ସଂଗଠନ ପକ୍ଷରୁ ଗତ ତା.୧୦-୦୮-୨୦୨୦ ଠାରୁ ଚାଲିଥିବା ରିଲେ ଅନଶନ ୧୦୦ ତମ ଦିନରେ ପହଞ୍ଚିଛି I ଗତ କାଲି ସ୍ଥାନୀୟ ନିଯୁକ୍ତି ଦାବିରେ କର୍ମଜୀବୀ ଏକତା ସଙ୍ଗଠନ ନେତୃତ୍ବରେ NLC କମ୍ପାନୀର କୋଇଲା ପରିବହନ କୁ ବନ୍ଦ କରାଯାଇଥିଲା I ଏହାକୁ ସମାଧାନ କରିବାକୁ ଯାଇ  ମଙ୍ଗଳବାର ଦିନ ସକାଳ ଘ.୧୧.୦୦ ଟାରେ ରେଙ୍ଗାଲି ତହସିଲ କାର୍ଯ୍ୟାଳୟର ସଭାଗୃହରେ ତହସିଲଦାର ଙ୍କ ଉପସ୍ଥିତିରେ, ଜମିହରା ମାନଙ୍କ ଉପସ୍ଥିତିରେ ସ୍ଥାୟୀ ନୀଯୁକ୍ତି ସମନ୍ଧରେ ନିମ୍ନ ଲିଖିତ ପ୍ରସ୍ତାବ ମାନ ସର୍ବ ସମ୍ବତି କ୍ରମେ ଗ୍ରହଣ କରାଯାଇଥିଲା I ଉକ୍ତ ବୈଠକରେ  ନାଉରୀ ଚନ୍ଦ୍ର ନାୟକ ମାନ୍ୟବର ବିଧାୟକ ରେଙ୍ଗାଲି,ଶ୍ରୀମତୀ ନୀଳାବତୀ ଓରାମ ସରପଞ୍ଚ ଖିଣ୍ତା ଗ୍ରାମ ପଞ୍ଚାୟତ,ଶ୍ରୀଯୁକ୍ତ ତିରୋଜ ହେଡେଞ୍ଜା,ଜିଲ୍ଲା ପରିଷଦ ସଭ୍ୟ,ଶ୍ରୀଯୁକ୍ତ ଯୁଗଳ କିଶୋର ଅଗ୍ରୱାଲ,ସାଂସଦ ପ୍ରତିନିଧି, ହେମନ୍ତ କୁମାର ପାଣ୍ତେ ଆବାହକ କର୍ମଜୀବୀ ଏକତା ସଂଗଠନ, ପ୍ରକାଶ କୁମାର କର୍ଣ,ଆରକ୍ଷୀ ନିରିକ୍ଷକ ଠେଲକୋଲୋଇ ଥାନା ଅଧିକାରୀ, ସୁରେଶ ଚନ୍ଦ୍ର ସୁମନ, CGM, NLCIL ସୁବ୍ରତ କୁମାର ବିଶ୍ବାଳ,ମାନବ ସମ୍ବଳ ଅଧିକାରୀ NLCIL ଏବଂ  ପ୍ରଶନ୍ନ କୁମାର ପଣ୍ତା ପ୍ରକଳ୍ପ ମୁଖ୍ୟ TOMPL ଉପସ୍ଥିତ ଥିଲେ ଏବଂ ସମସ୍ତଙ୍କ ସହମତିରେ ତଲାବିରା ୨ ଓ ୩ କୋଇଲାଖଣିରେ କାର୍ଯ୍ୟରତ ସମସ୍ତ ୧୩୭ ଜଣ ଜମିହରା ମାନଙ୍କୁ ଆଗାମୀ ୨୧ ଦିନ ରେ ଅର୍ଥାତ ତା.୦୯-୧୨-୨୦୨୦ରିଖ ମଧ୍ୟରେ Adani କମ୍ପାନୀ ମାଧ୍ୟମରେ ସ୍ଥାୟୀ ନୀଯୁକ୍ତି ଦେବା ପ୍ରକ୍ରିୟା ଆରମ୍ଭ କରାଯିବ I ପ୍ରକାଶ ଥାଉକି Adani କମ୍ପାନୀ ଆଗରୁ ୨୮ ଜଣ ଜମିହରା ମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରି ସାରିଛି। କୋଇଲା ପରିବହନ ପାଇଁ ଆବଶ୍ୟକ କରୁଥିବା ୱେବ ବ୍ରିଜ ଅପରେଟର କିମ୍ବା ଅନୁସାଙ୍ଗିକ ପଦବୀ ଗୁଡିକ ଜମିହରା ମାନଙ୍କୁ ଯୋଗ୍ୟତା ଭିର୍ତ୍ତିରେ ତୁରନ୍ତ ନିଯୁକ୍ତି ଦେବା ପାଇଁ  କମ୍ପାନୀ ଅଧିକାରୀ ରାଜି ହୋଇଥିଲେ I ତଲାବିରା ୨ ଓ ୩ କୋଇଲାଖଣିରେ ଆଗାମୀ ଦିନରେ ଆବଶ୍ୟକ ଥିବା ପଦବୀ ଚାକିରି ଗୁଡିକ ନିର୍ଦ୍ଧିଷ୍ଟ ପ୍ରକ୍ରିୟା ଭିର୍ତ୍ତିରେ ଜମିହରା ମାନଙ୍କୁ ଯୋଗାଇ ଦେବା ପାଇଁ ନିଷ୍ପତି ନିଆଯାଇଛି I ଆଗାମୀ ଦିନରେ Adani ଓ TOMPL କମ୍ପାନୀରେ ଖାଲି ହେବାକୁ ଥିବା ପଦବୀ ଗୁଡିକ ଅତି କମରେ ଏକ ମାସ ପୂର୍ବରୁ ଗ୍ରାମ ପଞ୍ଚାୟତ ଅଫିସ ଖିଣ୍ତା ଓ ତହସିଲ କାର୍ଯ୍ୟାଳୟ ରେଙ୍ଗାଲି ଙ୍କୁ ଲିଖିତ ଭାବରେ ଅବଗତ କରାଇବା ପାଇଁ ସର୍ବ ସମ୍ବତି କ୍ରମେ ପ୍ରସ୍ଥାବ ଗ୍ରହଣ କରାଯାଇଥିଲା I ନିଯୁକ୍ତିରେ ପ୍ରକ୍ରିୟାରେ ପାରଦର୍ଷିତା ପାଇଁ ପୁନରବାର PDF ଓ ଜମିହରା ମାନଙ୍କ ନୁତନ ଭାବରେ ତାଳିକା ପ୍ରସ୍ତୁତ କରିବା ପାଇଁ ସର୍ବ ସମ୍ବତି କ୍ରମେ ପ୍ରସ୍ଥାବ ଗ୍ରହଣ କରାଯାଇଥିଲା I ଯେଉଁ ସଂସ୍ଥା କିମ୍ବା କମ୍ପାନୀ ତଲବିରା ୨ ଓ ୩ କୋଇଲାଖଣି ରୁ କୋଇଲା  ପରିବହନ କରିବ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ବାଧ୍ୟ I କର୍ମଜୀବୀ ଏକତା ସଂଗଠନ ତରଫରୁ ଦିର୍ଘ ଦିନରୁ ଚାଲିଥିବା ଧାରଣା କୁ ସାମୟୀକ ଭାବରେ ସ୍ଥଗିତ କରାଯିବା ପାଇଁ ମାନ୍ୟବର ତହସିଲଦାର ଅନୁରୋଧ କରିଥିଲେ ଏବଂ ତାଙ୍କ ଅନୁରୋଧ କୁ ସମ୍ମାନ ଜଣାଇ ଆସନ୍ତା କାଲି ତା.୧୮-୧୧-୨୦୨୦ରିଖ ବୁଧବାର ଦିନ ଘ.୧୦.୦୦ଟାରେ ରେଙ୍ଗାଲି ବିଧାୟକ ମହୋଦୟ ଏବଂ ଖିଣ୍ତା ସରପଞ୍ଚ ଙ୍କ ଉପସ୍ଥିତିରେ ଜଟିଆପିପଲ ଠାରେ ଚାଲୁଥିବା ରିଲେ ଅନଶନ କୁ ଆସନ୍ତା ତା.୯-୧୧-୨୦୨୦ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବା ପାଇଁ ସଂଗଠନ ତରଫରୁ ସୁଚନା ଦିଆଯାଇଛି I

 

0
0
0
s2sdefault