ହେଡଲାଇନସ୍:

ଡିସେମ୍ବର 8 ରୁ ଆରମ୍ଭ ହେବ ହୀରାକୁଦ ଇକୋ ରୀଟ୍ରିଟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଘୋଷଣା କଲେ ପର୍ଯ୍ୟଟନ ମନ୍ତ୍ରୀ ,ପ୍ରଥମ ପର୍ଯ୍ୟାୟରେ 25 ଟି କଟେଜ ବ୍ୟବସ୍ଥା 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: କୋଣାର୍କ ଇକୋ ରୀଟ୍ରିଟ ସଫଳତା ପରେ ରାଜ୍ୟ ପର୍ଯ୍ୟଟନ ବିଭାଗ ସମ୍ବଲପୁର ସ୍ଥିତ ହୀରାକୁଦ ଜଳଭଣ୍ଡାର ପାର୍ଶ୍ୱରେ ଏକ ଇକୋରୀଟ୍ରିଟ ଖୋଲିବା ନିଷ୍ପତି ଗ୍ରହଣ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ 25 ଟି କଟେଜ ବ୍ୟବସ୍ଥା କରାଯାଇଛି । ଟୁରିଷ୍ଟ ମାନଙ୍କ ପାଇଁ ହୀରାକୁଦ ଜଳଭଣ୍ଡାର ରେ ଜଳକ୍ରୀଡ଼ା ବ୍ୟବସ୍ଥା ସହ ଦେବ୍ରିଗଡ଼ ଅଭୟାରଣ୍ୟ ବୁଲିବା ସହ ଆଖ ପାଖର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାର ସମସ୍ତ ବ୍ୟବସ୍ଥା କରାଯିବ ବୋଲି ପର୍ଯ୍ୟଟନ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇବାକୁ ଯାଉଛି। ହୀରାକୁଦ ଇକୋରୀଟ୍ରିଟ । ଆସନ୍ତା ଡିସେମ୍ବର 8 ତାରିଖରୁ ଏହି ସ୍ଥାନକୁ ଛୁଟିବେ ପର୍ଯ୍ୟଟକ । ହୀରାକୁଦ ଜଳଭଣ୍ଡାର ରେ ଜଳକ୍ରୀଡ଼ା ସାଙ୍ଗକୁ ରୋପ ୱୟେ ର ମଜା , ଦେବରିଗଡ଼ ଅଭୟାରଣ୍ୟ, ଘଣ୍ଟେଶ୍ୱରୀ ମଂଦିର ଆଦିର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ । ପ୍ରଥମ ପର୍ଯ୍ୟାୟରେ କଟେଜ ଗୁଡିକର ମୂଲ୍ୟ 6000 ରୁ 15 ହଜାର ଟଙ୍କା ପର୍ଯ୍ୟନ୍ତ ରହିବ । ସମ୍ବଲପୁରୀ ହସ୍ତତନ୍ତ ର ପ୍ରଦର୍ଶନୀ ଷ୍ଟଲ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ରହିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । 

0
0
0
s2sdefault